Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ଲୁଟ୍ ଉଦ୍ୟମ ପରେ ଗିରଫ, ଫଇସଲା ଅନ୍ ଦ ସ୍ପଟ୍ !

ମଧ୍ୟପ୍ରଦେଶ: ମହଙ୍ଗା ପଡିଲା ଛୁରୀ ଦେଖାଇ ଗାଡି ଲୁଟ୍ ଉଦ୍ୟମ । ପୋଲିସ ହାତରେ ଧରାପଡି ଜନତାଙ୍କ ଆଗରେ ଖୁଲମ୍‌ଖୋଲା ଉଠ୍‌ବସ୍ । କିଛି ଏପରି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ଇନ୍ଦୋରରର ଦ୍ୱାରିକାପୁରୀ ଅଂଚଳ ।

ଗୁରୁବାର ସଂଧ୍ୟାରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଗାଡି ଲୁଟିବାକୁ ଉଦ୍ୟମ କରିଥିଲେ । ଏଭଳିି ଘଟଣା ଦ୍ୱାରିକାପୁରୀ ଅଂଚଳରେ କୋକୁଆ ଭୟ ସୃଷ୍ଟି କରିଥିଲା । ଖବର ପାଇ ଧରପଗଡ ଆରମ୍ଭ କରିଥିଲା ଇନ୍ଦୋର ପୋଲିସ । ଶେଷରେ ପୋଲିସ ହାତରେ ଧରାପଡିଥିଲେ ଦୁଇ ଅଭିଯୁକ୍ତ । ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ଇନ୍ଦୋର ପୋଲିସ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲା ।

ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସାମ୍ନାରେ କାନ ଧରି ଉଠ୍‌ବସ୍ କରାଇବା ସହ କ୍ଷମାପ୍ରାର୍ଥନା କରାଇଥିଲା ସ୍ଥାନୀୟ ପୋଲିସ । ପୋଲିସର ଏପରି ପଦକ୍ଷେପକୁ ସ୍ଥାନୀୟ ଲୋକେ ତାଳି ବଜାଇ ପ୍ରଶଂସା କରିଥିଲେ । ଅନ୍ୟପଟେ ଏଭଳି ଏହି ଘଟଣା ଲୋକଙ୍କ ମନରୁ କିଛିଟା ଭୟ ଦୂର କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.