Latest Odisha News

ନୀରଜଙ୍କୁ ଭେଟିଲେ ମନୁ ଭାକରଙ୍କ ମା’; ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଦେଶ ପାଇଁ ଦୁଇଟି ପଦକ ଆଣି ଇତିହାସ ସୃଷ୍ଟି କରିଥିବା ମନୁ ଭାକରଙ୍କ ମାତା ଏବଂ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛି। ଏହି ଭେଟଘାଟ ପ୍ୟାରିସରେ ହୋଇଥିବା କୁହାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରଠାରୁ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରିବା ଆରମ୍ଭ କରିଦେଲେଣି।

ଭିଡିଓରେ ମନୁ ଭାକରଙ୍କ ମା’ ସୁମେଧା ଭାକର ଏବଂ ନୀରଜ ଚୋପ୍ରା ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ନୀରଜ ଚୋପ୍ରା ତାଙ୍କ ହାତ ସୁମେଧାଙ୍କ ମୁଣ୍ଡରେ ରଖିଥିବାର ନଜର ଆସିଛନ୍ତି। ଏଥିସହିତ କିଛି କଥାବାର୍ତ୍ତା ହେଉଛନ୍ତି।

ସେହିପରି ଅନ୍ୟ ଏକ ଭିଡିଓରେ ମନୁ ଭାକର ଏବଂ ନୀରଜ ଚୋପ୍ରା ଏକାଠି ଛିଡା ହୋଇ କଥାବାର୍ତ୍ତା କରୁଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଇଟି ଭିଡିଓ ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ଫ୍ୟାନ୍ସ। ଏପରିକି ଦୁହିଁଙ୍କ ବିବାହ ପାଇଁ ମା’ ସୁମେଧା କଥାବାର୍ତ୍ତା କରୁଥିବା ଚର୍ଚ୍ଚା ହେଉଛି।

Comments are closed.