Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ହଜାରହଜାର ଗଛ ଓପାଡିଲେ ପାକିସ୍ତାନୀ !

ପାକିସ୍ତାନ: ରବିବାର ପାକିସ୍ତାନରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଯେଉଁଠି ଭାରତର ପ୍ରଧାନମନ୍ତ୍ରୀ ଗଛ ଲଗାଇବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । ସେଠି ପାକିସ୍ତାନୀ ଲୋକ ଲାଗିଥିବା ଗଛକୁ ଓପାଡି ଫୋପାଡିବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ରବିବାର ଦିନ ଆରମ୍ଭ କରିଥିଲେ ଗଛ ଲଗାଇବା ଅଭିଯାନ । ହେଲେ ଲୋକେ ଏହାକୁ ଗ୍ରହଣ କରିବା ପରିବର୍ତ୍ତେ। ହଜାରହଜାର ଗଛକୁ ଓପାଡି ଫିଙ୍ଗିଦେଇଥିଲେ । ଏହି ଘଟଣାଟି ଘଟିଥିଲା ପାକିସ୍ତାନ ଖାଇବରର ମଣ୍ଡି କାସ୍ ଜିଲ୍ଲାରେ ।

ଭିଡିଓକୁ ନେଇ ଅନେକ ଲୋକ ସୋସିଆଲ୍ ମିଡିଆରେ ପ୍ରକାଶ କରିଥିଲେ ଯେ ପାକିସ୍ତାନୀ ଲୋକ ଗଛ ଲଗାଇବାକୁ ଇସଲାମ ବିରୋଧୀ ଆଚରଣ ମନେ କରି ଗଛ ଓପାଡିଦେଇଥିଲେ । ତେବେ ପ୍ରକୃତରେ ଘଟଣା କିଛି ଅଲଗା ଥିଲା । ରିପୋର୍ଟରୁ ଜଣାପଡିଛି ଏକ ବିବାଦୀୟ ଜମି ଉପରେ ସରକାରୀ ନିର୍ଦ୍ଦେଶକ୍ରମେ ଗଛ ଲଗାଯାଇଥିଲା । ଜମିର ମାଲିକାନା ମାମଲା କୋର୍ଟରେ ଚାଲିଥିବାବେଳେ ସରକାରଙ୍କ ଅଭିଯାନକୁ ଲୋକେ କିଛି ଏପରି ପ୍ରତିବାଦ କରିଥିଲେ ।

Leave A Reply

Your email address will not be published.