Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଅନ୍‌ଙ୍କ ମୃତ୍ୟୁ ମାମଲାରେ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ସାମ୍ନାକୁ ଆସିଛି । ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହତା ଥାଇପାରେ ବୋଲି ଅନେକ ଆକଳନ କରୁଛନ୍ତି । ତେବେ ଏହି ଖବର ପ୍ରକାଶ ପାଇବା ପରେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୁରଜ ପଞ୍ଚୋଲି ।

ସେ ମୁମ୍ବାଇ ବର୍ସୋବା ଥାନାରେ ମାମଲା ରୁଜୁ କରିଛନ୍ତି । ତାଙ୍କୁ କିଛି ଲୋକେ ଜାଣି ଶୁଣି ଫସାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସକୁ ନିବେଦନ କରିଛନ୍ତି । ସୂଚନା ମୁତାବକ, କିଛି ୟୁଟ୍ୟୁବ ଚ୍ୟାନେଲ ଓ କିଛି ଲୋକଙ୍କ ବିରୋଧରେ ସୁରଜ ଅଭିଯୋଗ ଦାଖଲ କରିଛନ୍ତି ।

Leave A Reply

Your email address will not be published.