ନୂଆଦିଲ୍ଲୀ:ବଡ ବଡ କମ୍ପାନୀର ଷ୍ଟାଇଲିସ୍ ହ୍ୟାଣ୍ଡବ୍ୟାଗ୍ କିଏ ଅବା ପସନ୍ଦ ନ କରେ । ଏଥିସହ ହ୍ୟାଣ୍ଡବ୍ୟାଗର ଟ୍ରେଣ୍ଡ ସବୁବେଳେ ବଦଳୁଥାଏ, କିନ୍ତୁ ଆମେରିକାରେ ମହିଳାଜଣକଙ୍କ ହ୍ୟାଣ୍ଡବ୍ୟାଗ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ମହିଳାଜଣକ ରୟାଲ ବାସୁମତି ଚାଉଳର ଏକ ଅଖାରୁ ଏକ ହ୍ୟାଣ୍ଡବ୍ୟାଗ୍ ତିଆରି କରିଛନ୍ତି । ଏହାକୁ ଅମାଣ୍ଡା ଜନ୍ ମଙ୍ଗଲାଥିଲ ନାମକ ଜଣେ ଆମେରିକୀୟ ମହିଳା ସୋସିଆଲମିଡିଆରେ ସେୟାର କରିଛନ୍ତି । ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରି ସେ କ୍ୟାପସନରେ ଲେଖିଛନ୍ତି, ଦେଖନ୍ତୁ ଆମେରିକାରେ କେଉଁ ଟ୍ରେଣ୍ଡ ଚାଲିଛି। ମହିଳା ଜଣକ ବ୍ରାଣ୍ଡେଡ୍ ବ୍ୟାଗ୍ ଛାଡି ବାସୁମତି ଚାଉଳର ଏକ ବ୍ୟାଗ୍ ନେଇ ସେଲୁନ୍ କୁ ଆସିଛନ୍ତି ।
ଅମାଣ୍ଡା ତାଙ୍କ ଭିଡିଓରେ କହିଛନ୍ତି ଯେ, ଏହା ଭାରତରେ ବହୁତ କମ୍ ମୂଲ୍ୟରେ ଏବଂ ସହଜରେ ଉପଲବ୍ଧ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାରେ ଏହି ଟ୍ରେଣ୍ଡ ଚାଲିଲାଣି । ଆପଣ ଦେଖିପାରିବେ ଯେ ମହିଳା ଲଗଜରୀ ବ୍ୟାଗ ନେବା ପରିବର୍ତ୍ତେ ଏହି ବ୍ୟାଗକୁ ବାଛିଛନ୍ତି ।
୧୫ ଡିସେମ୍ବରରେ ଅପଲୋଡ ହୋଇଥିବା ଏହି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଆଠଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି ।
Comments are closed.