ଭୁବନେଶ୍ୱର: ଆଉ ନାହାଁନ୍ତି ବଲିଉଡର ବବି । ସିନେ ଜଗତରେ ଏକ ଅପୂରଣୀୟ ସ୍ଥାନ ଛାଡି ଋଷି କପୁର ଏବେ ସ୍ୱର୍ଗବାସୀ । ତେବେ ମୃତ୍ୟୁ ପୂର୍ବରୁ ସ୍ୱର୍ଗତ ଋଷିଙ୍କ ସହ ଜଣେ ଯୁବକଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସତ କି ମିଛ ଜାଣିବା ବଦଳରେ ଲୋକେ ଏହି ଭିଡିଓଟିକୁ ବହୁଳ ମାତ୍ରାରେ ଶେୟାର କରିଥିଲେ ।
ଅନେକ ଲୋକଙ୍କ ସମେତ ଅଭିନେତ୍ରୀ ନଗମା ବି ଏହି ଭିଡିଓଟିକୁ ଋଷି କପୁରଙ୍କ ଶେଷ ସମୟର ଦର୍ଶାଇ ଟୁଇଟ୍ କରିଥିଲେ । ସେହିଭଳି ଇଣ୍ଡିଆ ଟୁଡେ ଭଳି ଜାତୀୟ ଗଣମାଧ୍ୟମ ବି ସତ୍ୟତା ନ ପରଖି ଏହି ଭିଡିଓକୁ ଟୁଇଟ୍ କରିଥିଲା । ତେବେ ଖାଲି ଟୁଇଟ୍ ନୁହେଁ ବରଂ ଫେସବୁକରେ ବି ଏହି ଭିଡିଓ ଚାହୁଁଚାହୁଁ ଭାଇରାଲ୍ ହୋଇଥିଲା ।
ଭିଡିଓକୁ ନେଇ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ର ସନ୍ଦେହ ଜାତ ହେବାରୁ ଆରମ୍ଭ ହୋଇଥିଲା ଛାନଭିନ୍ । ସତ୍ୟତା ଜାଣିବା ପାଇଁ ଏହି ଭିଡିଓକୁ ନେଇ ଗୁଗଲ୍ରେ ଚାଲିଥିଲା ଲଗାତାର ଖୋଳତାଡ । ଶେଷରେ ଏହି ଭିଡିଓ ସହ ଧୀରଜ କୁମାର ସାନୁ ନାମକ ଜଣେ ବ୍ୟକ୍ତିଙ୍କ ସଂପର୍କ ସାମ୍ନାକୁ ଆସିଥିଲା ।
ଜାଣି ଆଶ୍ଚର୍ଯ୍ୟ ହେବେ ମୃତ୍ୟୁ ପୂର୍ବରୁ ନୁହେଁ ବରଂ ଏହି ଭିଡିଓଟି ଫେବ୍ରୁଆରୀ ମାସରେ ଉତ୍ତୋଳନ ହୋଇଥିଲା । ଯାହା ଫେବ୍ରୁଆରୀ ୩, ୨୦୨୦ରେ ଧୀରଜ କୁମାର ସାନୁ ନାମକ ଏକ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଅପଲୋଡ୍ କରାଯାଇଥିଲା । (Courtesy YouTube)
ତେବେ ଏତିକିରେ ଥମିନଥିଲା ଛାନଭିନ୍ । ୟୁ ଟ୍ୟୁବ ଟ୍ୟାନେଲର ନାଁ ଅନୁସାରେ ଅଧିକ ଖୋଳତାଡ କରିବା ପରେ ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ନଜରକୁ ଆସିଥିଲା । ଯେଉଁଥିରେ ଭିଡିଓରେ ଗୀତ ଗାଉଥିବା ଯୁବକ ଓରଫ ଧୀରଜ କୁମାର ସାନୁ ଏକ ସେଲ୍ଫିରେ ଋଷି କାପୁରଙ୍କ ସହ ନଜର ଆସିଥିଲେ ।
ଭିଡିଓଟି ଯଦି ଋଷି କାପୁରଙ୍କ ଶେଷ ସମୟର ନୁହେଁ ତେବେ ଏହା କେମିତି ସମ୍ଭବ ହେଲା ? ପୂର୍ବରୁ କେଉଁଠି ଓ କେବେ ଋଷିଙ୍କ ସହ ଧୀରଜଙ୍କର ସାକ୍ଷାତ ହୋଇଥିଲା ?
Dear family,friends,foes and followers. I have been overwhelmed by all your concern about my health.Thank you. I have been filming in Delhi past 18 days and because of the Pollution and my low count of neutrophils, I caught an infection whereby I had to be hospitalized. (1)…..
— Rishi Kapoor (@chintskap) February 4, 2020
ତେବେ ଋଷିଙ୍କର ଏକ ଟୁଇଟ୍ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲା । ଟୁଇଟ୍ ଅନୁଯାୟୀ ଫେବ୍ରୁଆରୀ ମାସରେ ସ୍ୱର୍ଗତ ଋଷି କପୁର ପ୍ରଦୂଷଣ ଜନିତ ସଂକ୍ରମଣ ପାଇଁ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ସେହି ସମୟରେ ହିଁ ଧୀରଜ ଏହି ଭିଡିଓ ଉତୋଳନ କରିଥିଲେ, ଯାହା ଏବେ ଭାଇରାଲ୍ ହୋଇଛି ।
Comments are closed.