Latest Odisha News

BREAKING NEWS

କିଙ୍ଗ କୋହଲୀଙ୍କ ‘ସୁଇଟ୍ ୧୬’

ଆନ୍ତର୍ଜାତିକ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି ଭାରତର ରନ୍ ମେସିନ ବିରାଟ କୋହଲୀ। ୨୦୦୮ ମସିହା ଅଗଷ୍ଟ ୧୮ରେ ଆନ୍ତର୍ଜାତିକ କ୍ରିକେଟରେ ପାଦ ରଖିଥିଲେ ବିରାଟ କୋହଲୀ। ପ୍ରଥମ ମ୍ୟାଚ ଥିଲା ଶ୍ରୀଲଙ୍କା ବିପକ୍ଷ ଏକ ଦିନିକିଆ ମ୍ୟାଚ୍। ନିଜର ପ୍ରଥମ ଆନ୍ତର୍ଜାତିକ ମ୍ୟାଚରେ କୋହଲୀଙ୍କ ବ୍ୟାଟରୁ ଆସିଥିଲା ମାତ୍ର ୧୨ ରନ୍। ତେବେ ସେ ଲମ୍ବା ରେସର ଘୋଡା ବୋଲି ଖୁବ୍ ଶୀଘ୍ର ଜଣାପଡି ଯାଇଥିଲା। ଲଗାତର ଉଚ୍ଚକୋଟୀର ପ୍ରଦର୍ଶନ କରି ସବୁ ଫର୍ମାଟରେ ଭାରତୀୟ ଦଳରେ ସ୍ଥାନ ପକ୍କା କରିନେଇଥିଲେ କୋହଲୀ। ତେନ୍ଦୁଲକରଙ୍କ ପରେ ବିରାଟ କୋହଲୀ ହୋଇଥିଲେ ଭାରତର ନୂଆ ରନମେସିନ ।

ରେକର୍ଡ ପରେ ରେକର୍ଡ
୧୬ ବର୍ଷର ଆନ୍ତର୍ଜାତିକ କ୍ୟାରିୟରରେ ଅନେକ ବ୍ୟାଟିଂ ରେକର୍ଡର ଅଧିକାରୀ ହୋଇଛନ୍ତି କୋହଲୀ । ଦିନିକିଆରେ ୫୦ଟି ଶତକ ହାସଲ କରିବାରେ କୋହଲୀ ହେଉଛନ୍ତି ଏକମାତ୍ର ବ୍ୟାଟସମ୍ୟାନ୍ । ସଚିନ ତେନ୍ଦୁଲକରଙ୍କ ରେକର୍ଡ ଗତ ଦିନିକିଆ ବିଶ୍ୱକପରେ ଭାଙ୍ଗିଥିଲେ କୋହଲୀ । କୌଣସି ଏକ ଦଳ ବିପତ୍ରରେ ସର୍ବାଧିକ ଏକଦିବସୀୟ ଶତକ ହାସଲର ରେକର୍ଡ କୋହଲୀଙ୍କ ନାଁରେ ରହିଛି । ଦିନିକିଆ ଆନ୍ତର୍ଜାତିକୀରେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୧୦ଟି ଦିନିକିଆ ଶତକ ହାସଲ କରିଛନ୍ତି କୋହଲୀ । ଦିନିକିଆରେ ୧୩ ହଜାର ପୂରଣ କରିବାରେ କୋହଲୀ ହେଉଛନ୍ତି ଦ୍ରୁତତମ ବ୍ୟାଟସମ୍ୟାନ୍ । ମାତ୍ର ୨୬୭ଟି ଇନିଂସରେ କୋହଲୀ ଦିନିକିଆ କ୍ରିକେଟରେ ୧୩ ହଜାର ପୂରଣ କରିଛନ୍ତି । ଟି-୨୦ ଇଂଟରନ୍ୟାସନାଲରେ କୋହଲୀ ସବୁଠାରୁ ଅଧିକ ଥର ଜିତିଛନ୍ତି ପ୍ଲେୟାର ଅଫ୍ ଦି ସିରିଜ୍ ଜିତିଛନ୍ତି କୋହଲୀ । ସର୍ବାଧିକ ୭ ଥର ସେ ଏହି ପୁରସ୍କାର ଜିତିଛନ୍ତି ।

ଭାରତର ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ୍
ବିରାଟ କୋହଲୀ ହେଉଛନ୍ତି ଭାରତର ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ୍ । କୋହଲୀଙ୍କ ନେତୃତ୍ୱରେ ଭାରତ ୬୮ଟି ଟେଷ୍ଟ ମ୍ୟାଚ୍ ଖେଳି ୪୦ଟିରେ ବିଜୟୀ ହୋଇଛି । ମାତ୍ର ୧୭ଟିରେ ପରାସ୍ତ ହୋଇଛି । ୨୦୨୨ ଜାନୁଆରୀରେ ଭାରତର କ୍ୟାପଟେନ ପଦ ଛାଡିଥିଲେ । ଟେଷ୍ଟରେ କ୍ୟାପଟେନ ଭାବେ କୋହଲୀ ସର୍ବାଧିକ ୭ଟି ଡବଲ୍ ସେଂଚୁରୀ ସ୍କୋର କରିଛନ୍ତି, ଯାହା କି ଏକ ବିଶ୍ୱରେକର୍ଡ । ୱେଷ୍ଟଇଣ୍ଡିଜର ବ୍ରାୟନ ଲାରା କ୍ୟାପଟେନେ ଭାବେ ୫ଟି ଡବଲ ସେଂଚୁରୀ ମାରିଥିଲେ ।

୫୩୩ ଆନ୍ତର୍ଜାତିକ ମ୍ୟାଚର ଅଭିଜ୍ଞତା
ବିରାଟ କୋହଲୀ ଏ ଯାଏଁ ଖେଳିଛନ୍ତି ମୋଟ ୫୩୩ ଆନ୍ତର୍ଜାତିକ ମ୍ୟାଚ୍ । ସବୁଠୁ ଅଧିକ ଆନ୍ତର୍ଜାତିକ ମ୍ୟାଚ ଖେଳିଥିବା ଖେଳାଳିଙ୍କ ତାଲିକାରେ କୋହଲୀ ଅଷ୍ଟମ ସ୍ଥାନରେ ଅଛନ୍ତି । କୋହଲୀ ଏ ଯାଏଁ ୧୩୩ ଟେଷ୍ଟରୁ ୪୯ ଦଶମିକ ୧୫ ଆଭରେଜରେ ସ୍କୋର କରିଛନ୍ତି ୮ ହଜାର ୮୪୮ ରନ୍ । ଏଥିମଧ୍ୟରେ ରହିଛି ୨୯ ଶତକ ଓ ୩୦ ଅର୍ଦ୍ଧଶତକ ।

କୋହଲୀ ୨୯୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ୫୮ ଦଶମିକ ୧୮ ହାରରେ ୧୩ ହଜାର ୯୦୬ ରନ୍ ସ୍କୋର କରିଛନ୍ତି କୋହଲୀ । ଏଥିମଧ୍ୟରେ ରହିଛି ୫୦ ଶତକ ଓ ୭୨ ଅର୍ଦ୍ଧଶତକ । କୋହଲୀ ୧୨୫ଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୪ ହଜାର ୧୮୮ ରନ୍ ସ୍କୋର କରିଛନ୍ତି । ତାଙ୍କ ବ୍ୟାଟିଂ ଆଭରେଜ୍ ରହିଛି ୪୮ ଦଶମିକ ୬୯ ପ୍ରତିଶତ। ୨୦୨୪ ଟି-୨୦ ବିଶ୍ୱକପ୍ ବିଜୟ ସହ ଏହି ଫର୍ମାଟରୁ ଅବସର ନେଇଛନ୍ତି କିଙ୍ଗ୍ କୋହଲୀ।

କିନ୍ତୁ କୋହଲୀଙ୍କ ଦିନିକିଆ ଓ ଟେଷ୍ଟ କ୍ୟାରିଅର ଆହୁରି ଲମ୍ବା ହେବା ଚାହାନ୍ତି କ୍ରିକେଟପ୍ରେମୀ ।

Comments are closed.