Latest Odisha News

BREAKING NEWS

କୋହଲିଙ୍କ ରୁମ ଭିତରେ ପ୍ରବେଶ କରିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ମେଲବୋର୍ଣ୍ଣ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରହୁଥିବା ହୋଟେଲ ରୁମ ଭିତରର ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି । ଏଥିରେ କୋହଲି ଅସନ୍ତୋଷ ବ୍ୟକ୍ତ କରବା ସହ ହୋଟେଲର ଅଧିକାରୀଙ୍କୁ ଦାୟୀ କରିଥିଲେ । ଏହା ପରେ ସୋମବାର ହୋଟେଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ହଟାଇ ଦିଆଯାଇଛି । ଏ ଭଳି ଘଟଣା ପୁନର୍ବାର ଘଟିବ ନାହିଁ ବୋଲି ସେମାନେ କୋହଲିଙ୍କୁ କହିଛନ୍ତି । ସେହିପରି ଭିଡିଓକୁ ମଧ୍ୟ ସୋସିଆଲ ସାଇଟରୁ ହଟେଇ ଦିଆଯାଇଛି ।

ରିପୋର୍ଟ ମୁତାବକ କୋହଲିଙ୍କ ରୁମକୁ ଜଣେ ପ୍ରଶଂସକ ପଶି ଏହାର ଭିଡିଓ କରିଥିଲେ । ସୋସିଆଲ ମିଡିଆରେ ଭିଡିଓଟି ଘୁରି ବୁଲିବା ପରେ କୋହଲି ଏହାକୁ ଶେୟାର କରିବା ସମସ୍ତଙ୍କୁ ଅବଗତ କରାଇଥିଲେ । ଏହା ପୂର୍ବରୁ ଖାଦ୍ୟରେ ଥଣ୍ଡା ସାଣ୍ଡୱିଚ ମିଳିଥିବାରୁ ଭାରତୀୟ ଖେଳାଳିମାନେ ଖାଇବାକୁୂ ମନା କରି ଦେଇଥିଲେ । ଆଇସିସି ମଧ୍ୟ ଏହି ଘଟଣା ନେଇ ମୁଣ୍ଡ ପୂରାଇବାକୁ ବାଧ୍ୟ ହୋଇଥିଲା ।

Comments are closed.