Latest Odisha News

BREAKING NEWS

ସମ୍ମାନ, ଟ୍ରଫି ଆଉ ୩୩ କୋଟି ପୁରସ୍କାର ରାଶି ହାତେଇଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ଶେଷ ହୋଇଛି । ଭାରତକୁ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଟ୍ରଫି ହାସଳ କରିଛି । ଏହା ପୂର୍ବରୁ କଙ୍ଗାରୁ ଟିମ ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଚାମ୍ପିୟନ ହୋଇଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତ ଭଲ ପ୍ରଦର୍ଶନ କରିଥିବା ଭାରତ ଶେଷ ହର୍ଡଲ୍ସ ପାର କରିପାରି ନ ଥିଲା । ଅଷ୍ଟ୍ରେଲିଆ ଭାରତଠାରୁ ସମ୍ମାନ, ଟ୍ରଫି ଓ ୩୩.୩୧ କୋଟି ପୁରସ୍କାର ରାଶି ହାତେଇନେଇଛି । ଟିମ ଇଣ୍ଡିଆ ୧୬.୬୫କୋଟିରେ ସନ୍ତୁଷ୍ଟ ହୋଇଛି ।

ସେମିଫାଇନାଲରେ ହାରିଥିବା ଟିମକୁ ୬.୬୬ କୋଟି ଲେଖାଁଏ ଓ ଗ୍ରୁପ ପର୍ଯ୍ୟାୟରୁ ବିଦା ନେଇଥିବା ଦଳକୁ ୮୩.୨୯ ଲକ୍ଷ ଲେଖାଁଏ ପୁରସ୍କାର ରାଶି ମିଳିଥିଲା । ବିରାଟ କୋହଲି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ । ସେ ୧୧ ଇନିଂସରେ ୭୬୫ ରନ କରିଥିଲେ । ଟ୍ରେଭିସ ହେଡ ପ୍ଲେୟାର ଅଫ ଦି ଫାଇନାଲ ହୋଇଥିଲେ ।

Leave A Reply

Your email address will not be published.