Latest Odisha News

BREAKING NEWS

ଭାରତ କିମ୍ବା ଇଂଲଣ୍ଡ ବଦଳରେ ଏଠାରେ ନୂଆ ବର୍ଷ ପାଳନ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପରିବାର ସହ ନୂଆ ବର୍ଷ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି । ତେବେ ସେ ଭାରତ କିମ୍ବା ଇଂଲଣ୍ଡରେ ନୂଆ ବର୍ଷ ପାଳନ କରି ନ ଥିଲେ । କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସହ ଦୁବାଇରେ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି । ସୋସିଆଲ ମିଡିଆରେ କୋହଲିଙ୍କ ନୂଆ ବର୍ଷ ପାଳନକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ତାଙ୍କ ବଡ ଭାଇ ବିକାଶ କୋହଲି ପରିବାର ସଦସ୍ୟଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ରିପୋର୍ଟ ମୁତାବକ ସେମାନେ ଦୁବାଇର ଫାଇଭ ଷ୍ଟାର ହୋଟେଲ ପାମ୍ ଅଟଲାଂଟିସରେ ଏହାକୁ ପାଳନ କରିଛନ୍ତି । ଏହା ଏକ ବ୍ୟୟ ବହୂଳ ହୋଟେଲ । ଗୋଟିଏ ଦିନ ରହିବା ପାଇଁ ୫୦୦୦୦ ଟଙ୍କା ଭଡା ଦେବାକୁ ପଡିଥାଏ । ଏହି ହୋଟେଲର ଆକୃତି ଏକ ବରଗଛ ସଦୃଶ । ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଥିବା କୋହଲି ଏବେ ଆନ୍ତର୍ଜାତୀୟ ଦିିନିକିଆରେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ସମାଲୋଚକଙ୍କ ମୁହଁ ବନ୍ଦ ରଖିଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଲକ୍ଷ୍ୟରେ ସେ ରହିଛନ୍ତି ।

Leave A Reply

Your email address will not be published.