Latest Odisha News

BREAKING NEWS

ବିନା କୋହଲି-ଓ୍ୱିଲିୟମସନରେ ଭାରତ-ନ୍ୟୁଜିଲାଣ୍ଡ T20 ସିରିଜ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ କ୍ୟାପଟେନ୍ କେନ୍ ଓ୍ୱିଲିୟମସନ୍ ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ଟିମ୍ ସାଉଦି । କାଲିଠାରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ସିରିଜ । ସେହିପରି ବିନା କୋହଲିରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଦଳକୁ ଲିଡ୍ କରିବେ ।

କେନ୍ ଓ୍ୱିଲିୟମସନ୍ ଟେଷ୍ଟ ସିରିଜରେ ଫୋକସ୍ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଟି-ଟ୍ୱେଣ୍ଟିରୁ ଓହରି ଯାଇଛନ୍ତି । ଆସନ୍ତା ୨୫ ତାରିଖରେ କାନପୁରରେ ଖେଳାଯିବ ପ୍ରଥମ ଟେଷ୍ଟ । ଭାରତ-ନ୍ୟୁଜିଲାଣ୍ଡ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବେ ।

ଭାରତ ଗସ୍ତରେ ଆସି କିଓ୍ୱି ଦଳ ୩ଟି ଟି-ଟ୍ୱେଣ୍ଟି ଖେଳିବ । ଜୟପୁରରେ ଆସନ୍ତାକାଲି ପ୍ରଥମ ମ୍ୟାଚ୍ ଖେଳାଯିବ । ୧୯ ତାରିଖରେ ରାଞ୍ଚିରେ ଦ୍ୱିତୀୟ ଓ କୋଲକାତାରେ ୨୧ ତାରିଖରେ ତୃତୀୟ ଟି-ଟ୍ୱେଣ୍ଟିରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ନ୍ୟୁଜିଲାଣ୍ଡ । ଏହି ସିରିଜରେ ବିଶ୍ୱକପ୍ ମ୍ୟାଚ୍ ପରାଜୟର ବଦଲା ନେବ ଟିମ୍ ଇଣ୍ଡିଆ ।

Leave A Reply

Your email address will not be published.