Latest Odisha News

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ମୁମ୍ବାଇ: ଭାରତ-ଶ୍ରୀଲଙ୍କା ବିଶ୍ୱକପ ମ୍ୟାଚ ଅବସରରେ ବିରାଟ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି । ସେ ଦିନିକିଆ କ୍ରିକେଟରେ ୮ମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ସଚିନ ୭ଥର ଏହି ସଫଳତା ହାସଲ କରିଥିଲେ । ସେ ୧୯୯୪, ୧୯୯୬, ୧୯୯୭, ୧୯୯୮, ୨୦୦୦, ୨୦୦୩ ଓ ୨୦୦୭ରେ ୧୦୦୦ରୁ ଊର୍ଦ୍ଧ୍ୱ ରନ କରିଥିଲେ । କୋହଲି ୨୦୧୧, ୨୦୧୨, ୨୦୧୪, ୨୦୧୭, ୨୦୧୮, ୨୦୧୯ ଓ ୨୦୨୩ରେ ଏହି ସଫଳତା ହାସଲ କରିଛନ୍ତି । ସେହିପରି ବିଶ୍ୱକପରେ ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ସେ କୁମାର ସଙ୍ଗକାରା ଓ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ତାଲିକାରେ ଏବେ ବି ସଚିନ ଆଗରେ ରହିଛନ୍ତି । ସଚିନ ୨୧ ଅର୍ଦ୍ଧଶତକ ହାସଲ କରିଥିବା ବେଳେ କୋହଲି ୧୩ଟି ମାରିଛନ୍ତି ।

ଶୁଭମନ ଗିଲ ଭାରତ ପକ୍ଷରୁ ସବୁଠାରୁ କମ ମ୍ୟାଚ ଖେଳି ୨୦୦୦ ରନ ପୂର୍ଣ୍ଣ କରିଛନ୍ତି । କୌଣସି ବ୍ୟାଟ୍ସମ୍ୟାନ ଶତକ ମାରି ନ ଥିଲେ ମଧ୍ୟ ଭାରତ ବିଶ୍ୱକପରେ ୩୫୭ ରନ ସଂଗ୍ରହ କରି ନୂତନ କୀର୍ତିମାନ ସ୍ଥାପନ କରିଛି । ଶ୍ରୀଲଙ୍କାର ଦିଲଶାନ ମଧୂଶଙ୍କା(୮୦ ରନରେ ୫ ୱିକେଟ) ଦିନିକିଆ କ୍ରିକେଟରେ ସବୁଠାରୁ ମହଙ୍ଗା ବୋଲର ଭାବେ ୫ ୱିକେଟ ସଫଳତା ହାସଲ କରିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଅଦିଲ ରଶିଦ ୮୫ ରନରେ ୫ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.