Latest Odisha News

BREAKING NEWS

କଟକରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ମାରପିଟ, ଜଣେ ମୃତ

କଟକ: କଟକରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ସାଙ୍ଘାତିକ ମାରପିଟ । ଏହି ମାରପିଟରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଅଟୋ ଚାଳକ ଜଣଙ୍କ ହେଲେ ମହମ୍ମଦ ରୋସନ । ତାଙ୍କ ଘର କଟକର ସତୀଚୌରାର ଇଦ୍‌ଘା କଲୋନୀରେ ବୋଲି ଜଣାପଡିଛି । ତେବେ ଅଭିଯୁକ୍ତ ଜଣକ ହେଲେ ଖଟବୀନ ସାହିର ସରିଫ ।

ମିଳିଥିବା ଖବର ଅନୂସାରେ, ଚଣ୍ଡି ମନ୍ଦିର ପୋଲିସ ଫାଣ୍ଡି ଠାରୁ ମାତ୍ର ୪୦ ମିଟର ଦୂରତାରେ ଘଟିଛି ଏଭଳି ଅଭାବନୀୟ ଘଟଣା । କୌଣସି ଘଟଣାକୁ ନେଇ ଦୁଇ ଅଟୋ ଚାଳକ ମହମ୍ମଦ ରୋସନ ଓ ସରିଫଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା । ଏହାପରେ ଉଭୟ ଅଟୋ ଚାଳକ ରାଗିଯାଇ ପରସ୍ପର ଉପରକୁ ହାତ ଉଠାଇଥିଲେ । ଆଉ ଏହା ପରେ ତୁମୁଳକାଣ୍ଡର ରୂପ ନେଇଥଲା ମାରପିଟ ।

ଯେଉଁଥିରେ ମହମ୍ମଦ ରୋସନ ଗୁରୁତର ହୋଇଥିଲେ ।ଏହା ଦିଖି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତଳେ ପଡିଥିବା ଅଟୋ ଚାଳକ ମହମ୍ମଦ ରୋସନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଘଟଣାସ୍ଥଳରୁ ଅନ୍ୟ ଜଣେ ଅଟୋ ଚାଳକ ସରିଫ ଫେରାର ହୋଇଯାଇଥିବାବେଳେ ଖବର ପାଇ ଲାଲବାଗ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.