Latest Odisha News

BREAKING NEWS

ଜର୍ମାନୀ ମଡେଲଙ୍କ ଫଟୋକୁ ଲାଇକ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ଚଳିତ ଆଇପିଏଲ ଅବସରରେ କୋହଲି ଜର୍ମାନୀର ମଡେଲର ଲିଜଲାଜଙ୍କ ଏକ ଫଟୋକୁ ସୋସିଆଲ ମିଡିଆରେ ଲାଇକ କରିଛନ୍ତି । ଏହି ଫଟୋ ଉଠାଇଥିବା ଫଟୋଗ୍ରାପର ଅଦ୍ୱେତ ବୈଦ୍ୟ ଏ ନେଇ ବେଶ ଉତ୍ସାହିତ ଅଛନ୍ତି । ସେ ଏହି ଫଟୋ ଶେୟାର କରିବା ସହ ଲେଖିଛନ୍ତି ମୁଁ ଏବଂ ଲିଜଲାଜ ଏବେ ବି ଏହାକୁ ବିଶ୍ୱାସ କରିପାରୁନୁ । ଲିଜଲଜ ଜର୍ମାନୀ-ଦକ୍ଷିଣ ଆଫ୍ରିକାର ମଡେଲର ଅଟନ୍ତି । ଏହା ବ୍ୟତୀତ ବ୍ଲଗର ଓ ଇନଫ୍ଲ୍ୟୁଏନ୍ସର କାର୍ଯ୍ୟ ମଧ୍ୟ ସୋସିଆଲ ମିଡିଆରେ କରନ୍ତି ।

ଭାରତରେ ତାଙ୍କର ଟ୍ରାଭେଲ କଂଟେଟ ସମୋସା ସମୋସା ଭିଡିଓକୁ ବୋ ପସନ୍ଦ କରାଯାଇଥିଲା । କୋହଲି ଏ ସମ୍ପର୍କରେ କିଛି ବୟାନ ଦେଇ ନାହାନ୍ତି । ପୂର୍ବରୁ ୨୦୨୫ରେ ଅଭିନେତ୍ରୀ ଅବନୀତ କୌରଙ୍କ ଫଟୋକୁ ଲାଇକ କରିଥିଲେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପରେ କୋହଲି ଏହା ଏଲଗୋରିଦମର ତ୍ରୁଟି ଯୋଗୁ ହୋଇଥିବା କହିଥିଲେ । ଚଳିତ ଆଇପିଏଲରେ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି । ଆରସିବି ଟିମ ଏବେ ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.