Latest Odisha News

BREAKING NEWS

ବିରାଟ କୋହଲି ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ

କାନବେରା(ଅଷ୍ଟ୍ରେଲିଆ): ଦିନିକିଆରେ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ । ଦ୍ରୁତ ୧୨ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି । ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପାର କରିଛନ୍ତି ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ସେ ଦ୍ରୁତ ୧୨ ହଜାର ରନ୍ କରିବା ସହ ସଚିନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ।

ଦିନିକିଆରେ ୧୨ ହଜାର ରନ୍ କରିବାକୁ ବିରାଟ କୋହଲି ୨୪୨ ଇନିଂସ ଖେଳିଛନ୍ତି । ସଚିନ ସେହି ୧୨ ହଜାର ରନ୍ ୩୦୦ ଇନିଂସ ଖେଳି ହାସଲ କରିଥିଲେ । ସେହିପରି ସଚିନଙ୍କଠାରୁ ୫୮ ଇନିଂସ ପୂର୍ବରୁ ଏହି ସଫଳତା ହାସଲ କରିଛନ୍ତି । ସଚିନଙ୍କ ନାଁରେ ଥିବା ୧୭ ବର୍ଷର ପୁରୁଣା ରେକର୍ଡକୁ ଏବେନିଜ ନାଁରେ କରାଇଛନ୍ତି ବିରାଟ ।

ଦିନିକିଆରେ ବିରାଟ କୋହଲି ୪୩ଟି ଶତକ ଓ ୬୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସଚିନଙ୍କଠାରୁ ଆଉ ୯ଟି ଶତକ ପଛରେ ରହିଛନ୍ତି ବିରାଟ । ଷଷ୍ଠ ଖେଳାଳି ଭାବରେ ୧୨ ହଜାର ରନ୍ କ୍ଲବରେ ନିଜ ନାଁ ଲେଖାଇଛନ୍ତି ବିରାଟ କୋହଲି । ପୂର୍ବରୁ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, କୁମାର ସାଙ୍ଗାକାରା, ସନତ ଜୟସୁରିୟା ଓ ମାହେଲା ଜୟବର୍ଦ୍ଧନେ ଏହି ତାଲିକାରେ ରହିଛନ୍ତି ।

ଦିନିକିଆରେ ଦ୍ରୁତ ୧୨୦୦୦ ରନ୍
ବିରାଟ କୋହଲି- ୨୫୧ ମ୍ୟାଚ୍
ସଚିନ ତେନ୍ଦୁଲକର- ୩୦୯ ମ୍ୟାଚ୍
ରିକି ପଣ୍ଟିଂ- ୩୨୩ ମ୍ୟାଚ୍
କୁମାର ସାଙ୍ଗାକାରା- ୩୫୯ ମ୍ୟାଚ୍
ସନତ ଜୟସୂରିୟା- ୩୯୦ ମ୍ୟାଚ୍

Leave A Reply

Your email address will not be published.