Latest Odisha News

ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ମ୍ୟାଚ ଖେଳିବେ କୋହଲି

ବ୍ରିସବେନ: ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସେ ଦ୍ୱିତୀୟ ଖେଳାଳି ଭାବେ ଅଷ୍ଟ୍ରେଲିଆରେ ୧୦୦ ଟେଷ୍ଟ ଖେଳିବେ । ସଚିନ ତେନ୍ଦୁଲକର ୧୧୦ ମ୍ୟାଚ ଖେଳି ତାଙ୍କଠାରୁ ଆଗରେ ରହିଛନ୍ତି । କୋହଲି ୯୯ ମ୍ୟାଚରେ ୧୭ ଶତକ ମାରିବା ସହ ୯ ଥର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସେ ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମରେ ୬ଟି ସ୍ଥାନରେ ଶତକ ମାରିଛନ୍ତି । ବ୍ରିସବେନରେ ସେ ତିନି ଅଙ୍କ ଛୁଇଁ ନାହାନ୍ତି । ଏଥର ଏଠାରେ ଶତକ ମାରି ସେ ନୂତନ କୀର୍ତୀମାନ ହାସଲ ଲକ୍ଷ୍ୟରେ ରହିବେ ।

ସେ ୨୭ ଟେଷ୍ଟ, ୪୯ ଦିିନିକିଆ ଓ ୨୩ଟି୨୦ରେ ଓଭରାଲ ୫୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୭ ଶତକ ଓ ୨୭ ଅର୍ଦ୍ଧଶତକ ରହିଛି । ୨୦୧୮ରେ କୋହଲିଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ତାର ମାଟିରେ ସିରିଜ ହରାଇ ଭାରତ ଇତିହାସ ରଚିଥିଲା । ଏହା ପରେ ୨୦୨୧ରେ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱରେ ଇତିହାସ ଦୋହାରାଇଥିଲା । ଅଷ୍ଟ୍ରେଲିଆ ବ୍ୟତୀତ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଇଂଲଣ୍ଡ ବିପକ୍ଷରେ ୫୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିଛନ୍ତି ।

Leave A Reply

Your email address will not be published.