Latest Odisha News

କୋହଲି ଆଉ ୨ଟି ଟେଷ୍ଟରୁ ଓହରିଲେ

ନୂଆଦିଲ୍ଲୀ: ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରି ଯାଇଥିଲେ । ବୁଧବାର ସେ ତୃତୀୟ ଓ ୪ର୍ଥ ଟେଷ୍ଟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ରିପୋର୍ଟ ମୁତାବକ ପ୍ରଥମ ଟେଷ୍ଟରେ ଆଘାତପ୍ରାପ୍ତ ହୋଇଥିବା ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରି ପାରନ୍ତି । ତେବେ ସେମାନଙ୍କ ଫିଟନେସ ସମ୍ପର୍କୀତ ରିପୋର୍ଟ ହସ୍ତଗତ ହୋଇ ନାହିଁ । ଏନସିଏ ରିପୋର୍ଟ ଦେବା ପରେ ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ । କିଛି ଦିନ ତଳେ ଏବି ଡିଭିଲର୍ସ ଏକ ଲାଇଭ ଷ୍ଟ୍ରିମରେ କହିଥିଲେ କୋହଲି ଖୁବ ଶୀଘ୍ର ଦ୍ୱିତୀୟ ସନ୍ତାନର ବାପା ହେବାକୁ ଯାଉଛନ୍ତି ।

ପୂର୍ବରୁ ମଧ୍ୟ ଅନୁଷ୍କା ଶର୍ମା ମାଆ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇ ଆସୁଛି । ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ରାଜକୋଟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇପାରେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ପ୍ରଥମ ମୁକାବିଲାକୁ ୨୮ ରନରେ ଏବଂ ଭାରତ ଦ୍ୱିତୀୟ ଟେଷ୍ଟକୁ ୧୦୬ ରନରେ ଜିତିଛି । ସିରିଜ ଏବେ ୧-୧ ବରାବର ସ୍ଥିତିରେ ରହିଛି ।

Comments are closed.