Latest Odisha News

BREAKING NEWS

୪ ବର୍ଷ ପତିଙ୍କ ଶବ ସହିତ ଶୋଉଥିଲେ ମହିଳା

ମସ୍କୋ: ରୁଷରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୨୦୨୦ରେ ଶ୍ୱେତଲାନାଙ୍କ ପତି ଭ୍ଲାଡିମିରଙ୍କ ପରଲୋକ ହୋଇ ଯାଇଥିଲା । ଘରୋଇ କଳହ ପରେ ସେ ଅଚେତ ହୋଇ ପଡିଯିବା ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଶ୍ୱେତଲାନା କିନ୍ତୁ ତାଙ୍କ ପତିଙ୍କଠାରୁ ଦୂରେଇ ରହିବା ପାଇଁ ଚାହୁଁ ନ ଥିଲେ । ସେ ପତିଙ୍କ ଶବକୁ କମ୍ବଳ ଗୁଡେଇ ମମିରେ ପରିଣତ କରି ଦେଇଥିଲେ । ଏହି ଘଟଣା କାହା ଆଗରେ ନ କହିବା ପାଇଁ ସେ ତାଙ୍କ ୪ଜଣ ପିଲାଙ୍କୁ ମନା କରିଥିଲେ । ଯିଏ କହିବ ତାକୁ ଅନାଥଶ୍ରମ କିମ୍ବା ପାଗଳଖାନାରେ ଛାଡିଦେବି ବୋଲି ମହିଳାଜଣଙ୍କ ଧମକ ଦେଇଥିଲେ । ପତିଙ୍କୁ ଅସନ୍ତୁଷ୍ଟ ନ କରିବା ପାଇଁ ସେ ଅନେକ ରୀତି ନୀତି କରିଥିଲେ ।

ସେବେଠାରୁ ସେ ତାଙ୍କ ପତିଙ୍କ ସହ ୪ ବର୍ଷ ସମୟ କାଟିଥିଲେ । ଏପରିକି ପତିର ଶବ ସହିତ ମଧ୍ୟ ଶୋଇଥାନ୍ତି । ଥରେ କିଛି ସାମାଜିକ କାର୍ଯ୍ୟକର୍ତା ଶ୍ୱେତଲେନାଙ୍କ ପିଲାମାନଙ୍କ ସହିତ କଥା ହେବା ପାଇଁ ଆସିଥିଲେ । ସେମାନଙ୍କ କଥାବାର୍ତାରୁ କିଛି ସନ୍ଦେହ ସୃଷ୍ଟି ହେବାରୁ ଫୋନ କରି ପୋଲିସକୁ ଡାକିଥିଲେ । ଏହା ପରେ ଏହି ରହସ୍ୟର ଉଜାଗର ହୋଇଥିଲା । ପୋଲିସ ମିଶରର କ୍ରସ, ଟେରୋ କାର୍ଡ, ତାବିଜ ଓ ବିଭିନ୍ନ ପଶୁଙ୍କ ଖପୁରୀ ଜବତ କରିଥିଲା ।

Leave A Reply

Your email address will not be published.