Latest Odisha News

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୌଣସି ମ୍ୟାଚ ଖେଳି ନ ପାରନ୍ତି କୋହଲି: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ପ୍ରଥମ କ୍ରିକେଟ ଟେଷ୍ଟରେ ହାରିବା ପରେ ପ୍ରଶଂସକ ଓ ଟିମ ବିରାଟ କୋହଲିଙ୍କ ଅଭାବ ଅନୂଭବ କରିଥିଲେ । କୋହଲି ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ ତାହା ପୂର୍ବରୁ ସ୍ପଷ୍ଟ ହୋଇସାରିଛି । ତେବେ କେତେକ ମିଡିଆ ରିପୋର୍ଟ ଅନୁସାରେ କୋହଲି ଇଂଲଣ୍ଡ ବିପକ୍ଷ ସିରିଜରେ କୌଣସି ମ୍ୟାଚ ଖେଳି ନ ପାରନ୍ତି । ଅବଶ୍ୟ ଏ ନେଇ ବିସିସିଆଇ, ଟିମ ମ୍ୟାନେଜମେଂଟ କିମ୍ବା କୋହଲିଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ବ୍ୟକ୍ତିଗତ କାରଣ ଯୋଗୁ ସେ ପ୍ରଥମ ୨ଟି ଟେଷ୍ଟ ଖେଳିବେ ନାହିଁ ବୋଲି ଜଣାଇଥିଲେ । ଏବେ ସେ ଭାରତ ବାହାରେ ଥିବାରୁ ବାକି ମ୍ୟାଚରେ ଖେଳିବା ନେଇ ସନ୍ଦେହ ଉପୁଜିଛି ।

କୋହଲି, ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ ଓ ମହମ୍ମଦ ସାମୀଙ୍କ ଅନୁପସ୍ଥିତି ଭାରତର ଟିମ କମ୍ବିନେଶନ ବିଗାଡି ଦେଇଛି । ପ୍ରଥମ ଟେଷ୍ଟରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ସନ୍ତୋଷଜନକ ହୋଇପାରି ନାହିଁ । ରାହୁଲଙ୍କ ସ୍ଥାନରେ ରଜତ ପାଟୀଦାର ଓ ସର୍ଫରାଜ ଖାଁ ମଧ୍ୟରୁ ଜଣେ ଖେଳିବେ । ଫେବୃୟାରୀ ୨ରୁ ବିଶାଖପଟନମରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହା ପରେ ୧୫ରୁ ରାଜକୋଟରେ ତୃତୀୟ, ୨୩ରୁ ରାଂଚୀରୁ ୪ର୍ଥ ଏବଂ ମାର୍ଚ୍ଚ ୫ରୁ ରାଜକୋଟରେ ୫ମ ଟେଷ୍ଟ ଖେଳାଯିବ ।

Comments are closed.