Latest Odisha News

BREAKING NEWS

ସଚିନଙ୍କ ଆଉ ଏକ ରେକର୍ଡକୁ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥ୍‌ାପନ କରିବାରେ ଲାଗିଛନ୍ତି । ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ କେତେକ ରେକର୍ଡ ଧ୍ୱସ୍ତ କରିଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହରେ କୋହଲି ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ସେ ଏଥିରେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ଦ୍ୱିତୀୟ ଦିନିକିଆରେ ସେ ୬୫ ରନ କରିଥିଲେ । ଏହା ତାଙ୍କ ଦିନିକିଆ କ୍ୟାରିୟରର ୭୮ତମ ଅର୍ଦ୍ଧଶତକ ଥିଲା । ସେ ଇଂଲଣ୍ଡ ବିପକ୍ଷରେ ୪୦ ଦିନିକିଆରେ ୧୪୬୭ ରନ କରିଛନ୍ତି ।

ସଚିନ ୩୭ ମ୍ୟାଚରେ ୧୪୫୫ ରନ କରିଥିଲେ । ଆଉ ୮୦ ରନ ସଂଗ୍ରହ କଲେ କୋହଲି ଭାରତୀୟ ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହରେ ଶୀର୍ଷରେ ରହିବେ । ଏବେ ଏହି ତାଲିକାରେ ଭାରତର ମହେନ୍ଦ୍ର ସିଂ ଧୋନୀ ଶୀର୍ଷରେ ରହିଛନ୍ତି । ସେ ୪୪ ଇନିଂସରେ ୧୫୪୬ ରନ ସଂଗ୍ରହ କରିଛନ୍ତି । ତାଙ୍କ ପଛକୁ ୧୫୨୩ ରନ କରି ଯୁବରାଜ ସିଂ ରହିଛନ୍ତି । ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଥର ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହରେ ଶୀର୍ଷରେ ରହିଛନ୍ତି ।

Leave A Reply

Your email address will not be published.