Latest Odisha News

BREAKING NEWS

ODI କ୍ରିକେଟରେ ପୁଣି ନ° ୧ ହେଲେ କୋହଲି…

ନୂଆଦିଲ୍ଲୀ: ବିରାଟ କୋହଲି ପୁଣିଥରେ ODI କ୍ରିକେଟରେ ନିଜର ଶ୍ରେଷ୍ଠତା ହାସଲ କରିଛନ୍ତି। ICC ODI ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

୧୪୦୩ ଦିନ ପରେ କିଙ୍ଗ କୋହଲି ପୁଣି ଥରେ ODIରେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୋହଲିଙ୍କ ୯୧ ବଲ୍ ରୁ ୯୩ ରନର ଇନିଂସ ଭାରତୀୟ ଦଳକୁ ରନ ଚେଜ୍ କରିବାରେ ସାହାଯ୍ୟ କରିଥିଲା। ଯାହା ଫଳରେ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା। ଆଉ ଏବେ କୋହଲି ODIରେ ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇ ନିଜର ଶ୍ରେଷ୍ଠତା ପୁନଃ ହାସଲ କରିଛନ୍ତି।

ଅଷ୍ଟ୍ରେଲିଆରେ ୫୦ ଓଭର ସିରିଜ୍ ପରଠାରୁ କୋହଲି ତାଙ୍କ ଶେଷ ପାଞ୍ଚ ଇନିଂସରେ ୭୪ ଅପରାଜିତ, ୧୩୫, ୧୦୨, ୬୫ ଅପରାଜିତ ଏବଂ ୯୩ ରନ କରିଛନ୍ତି। ୩୭ ବର୍ଷୀୟ କୋହଲି ଜୁଲାଇ ୨୦୨୧ ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ରାଙ୍କିଙ୍ଗର ଶୀର୍ଷକୁ ଫେରିଛନ୍ତି।

ଅପରପକ୍ଷରେ କୋହଲି ପ୍ରଥମ ଥର ପାଇଁ ଅକ୍ଟୋବର ୨୦୧୩ରେ ଏକଦିବସୀୟ ମ୍ୟାଚ୍‌ରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ଏପର୍ଯ୍ୟନ୍ତ କୋହଲି ମୋଟ ୮୨୫ ଦିନ ଧରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଖେଳାଳି ଭାବେ ସର୍ବାଧିକ ସମୟ ପାଇଁ ନମ୍ବର-୧ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୧୦ମ ସ୍ଥାନରେ ଅଛନ୍ତି କୋହଲି।

 

Leave A Reply

Your email address will not be published.