Latest Odisha News

କୋହଲି କଲେ ଖୁଲାସା, ଏହି ଦୁଇ କ୍ରିକେଟରଙ୍କୁ କୁହାଯାଏ ସୀତା ଆଉ ଗୀତା ଯୋଡି

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଏକ ସାକ୍ଷତାକାରରେ ସାଥୀ ଖେଳାଳିଙ୍କୁ ନେଇ ମଜାଦାର ବୟାନ ଦେଇଛନ୍ତି । ସେ ଏହି ଅବସରରେ କେଉଁ ଦୁଇ ଜଣଙ୍କୁ ଭାରତୀୟ ଟିମର ସୀତା ଆଉ ଗୀତା କୁହାଯାଏ ତାର ଖୁଲାସା କରିଛନ୍ତି । ଏହି ଦୁଇଜଣ ହେଲେ ଶୁଭମନ ଗିଲ ଓ ଈଶାନ କିଶାନ । ଉଭୟଙ୍କ ବନ୍ଧୁତା ସମସ୍ତଙ୍କଠାରୁ ଭିନ୍ନ । ପରସ୍ପରଠାରୁ କ୍ଷଣିକ ମାତ୍ରେ ସେମାନେ ଅଲଗା ହୋଇ ନ ଥାନ୍ତି । ଏପରିକି ସେମାନେ ଡ୍ରେସ ମଧ୍ୟ ଶେୟାର କରନ୍ତି । ଡିନର ହେଉ କିମ୍ବା ଟିମ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉଭୟଙ୍କୁ ଏକତ୍ର ଦେଖିବାକୁ ମିଳିଥାଏ । ସେମାନଙ୍କୁ ଯେତେ ପ୍ରକାର ଉଦ୍ୟମ କରି ଅଲଗା କରିବାକୁ ଚେଷ୍ଟା କଲେ ମଧ୍ୟ ତାହା ସଫଳ ହୋଇ ନ ଥାଏ ।

ଚଳିତ ଆଇପିଏଲରେ ଗିଲ ଗୁଜରାଟ ଟାଇଟାନ୍ସର ଅଧିନାୟକ ହୋଇଥିବା ବେଳେ ଈଶାନ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ ଈଶାନଙ୍କୁ ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେଇଛି । ତାଙ୍କ ପ୍ରଦର୍ଶନ ମଧ୍ୟ ସନ୍ତୋଷଜନକ ରହିଥିବାରୁ ଟି୨୦ ବିଶ୍ୱକପ ଖେଳିବା ଆଶା ମଧ୍ୟ ପ୍ରାୟତଃ ଶେଷ ହୋଇଛି ।

Leave A Reply

Your email address will not be published.