Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ଏ ବିସିସିଆଇକୁ ମଧ୍ୟ ଜଣାଇଛନ୍ତି।

ତେବେ ଏପରି ସ୍ଥିତିରେ ଇଂଲଣ୍ଡ ଗସ୍ତରେ ସେ ସାମିଲ ହେବାର ସମ୍ଭାବନା ବହୁତ କମ୍ ଦେଖାଯାଉଛି। ବୋର୍ଡର ଜଣେ ଉଚ୍ଚସ୍ତରୀୟ ଅଧିକାରୀ କୋହଲିଙ୍କୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅପିଲ୍ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଇଂଲଣ୍ଡ ଗସ୍ତ ପାଇଁ ଦଳ ଘୋଷଣା ସମୟରେ କୋହଲିଙ୍କ ଭବିଷ୍ୟତ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯିବ।

ବିରାଟଙ୍କ ପୂର୍ବରୁ ହିଟମ୍ୟାନ୍ ରୋହିତ ଶର୍ମା ମେ ୭ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ନିଜ ଅବସର ନେଇ ଫ୍ୟାନ୍ସଙ୍କୁ ଜଣାଇଥିଲେ। କିନ୍ତୁ ସେ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ମ୍ୟାଚ୍ ଖେଳିବା ଜାରି ରଖିବେ। ଗତ ବର୍ଷ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ୍ ଜିତିବା ପରେ ୩୮ ବର୍ଷୀୟ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେଇଥିଲେ।

 

Comments are closed.