Latest Odisha News

BREAKING NEWS

କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କଲେ ବିରାଟ କୋହଲି

ନୂଆଦିଲ୍ଲୀ: କରୋନା ସଚେତନତା ପାଇଁ ଭାରତୀୟ ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଏକ ମିନିଟର ଭିଡିଓ କ୍ଲିପ୍ ଶେୟାର କରିଛନ୍ତି।

ଯେଉଁଥିରେ ସେ ଦେଶବାସୀଙ୍କୁ କରୋନା ନିୟମ ପାଳନ କରିବାକୁ ଏବଂ ସଚେତନ କରିବାକୁ ଅନୁରୋଧ କରିଛନ୍ତି। ଏପରିକି କରୋନା ପ୍ରୋଟୋକଲ ଅନୁସରଣ କରି ଦେଶରୁ ଦ୍ବିତୀୟ କରୋନା ଲହର ଦୂରେଇବାକୁ ସହାୟକ କରିବା ଲାଗି ନିବେଦନ କରିଛନ୍ତି।

ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ଏବଂ ହାତର ସ୍ୱଚ୍ଛତା ରଖନ୍ତୁ। #DelhiPolice ସହିତ ସହଯୋଗ କରନ୍ତୁ ଏବଂ ଦାୟିତ୍ଵ ପୂର୍ଣ୍ଣ ଆଚରଣ କରନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.