Latest Odisha News

BREAKING NEWS

ଖୋର୍ଦ୍ଧା ଉପଖଣ୍ଡରେ ଥିବା ଧାର୍ମିକ ଅନୁଷ୍ଠାନ ଭିତରକୁ ପ୍ରବେଶ ମନା

ଖୋର୍ଦ୍ଧା : କରୋନା ପାଇଁ ଧାର୍ମମିକ ଅନୁଷ୍ଠାନ ଉପରେ ଲାଗିଲା କଟକଣା । କଟକ, ଭୁବନେଶ୍ବର ପରେ ଖୋର୍ଦ୍ଧା ଉପଖଣ୍ଡରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଉପରେ ଲାଗିଛି କଟକଣା । ସଂକ୍ରଣ ବୃଦ୍ଧି ପାଉଥିବାରୁ ଏଣିକି ଖୋର୍ଦ୍ଧା ଉପଖଣ୍ଡରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ।

ଗାଇଡଲାଇନ୍ ଅନୁସାରେ, କୌଣସି ଧାର୍ମିକ ଅନୁଷ୍ଠାନ ଭିତରକୁ ଶ୍ରଦ୍ଧାଳୁମାନେ ଯାଇପାରିବେ ନାହିଁ । କେବଳ ସୀମିତ ସଂଖ୍ୟକ ପୂଜକଙ୍କୁ ନେଇ ଧାର୍ମିକ ଅନୁଷ୍ଠାନର ରୀତିନୀତି ସମ୍ପାଦନ କରାଯିବ । ପୂଜକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ବଜାୟ ରଖିବେ । ଏହାସହ ପ୍ରତିଦିନି ଧାର୍ମିକ ଅନୁଷ୍ଠାନ ଥର୍ମାଲ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.