Latest Odisha News

BREAKING NEWS

ଭକ୍ତି ମାର୍ଗରେ ବିରାଟ, ହଜାର ବର୍ଷ ପୁରୁଣା ଏହି ମନ୍ଦିରରେ କଲେ ପୂଜାର୍ଚ୍ଚନା…

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି, ଦିନ ଥିଲା କହୁଥିଲେ…କ’ଣ ମୁଁ ପୂଜାପାଠ କଲା ଭଳି ମଣିଷ ଲାଗୁଛି….ହେଲେ ଆଜି ସେଇ ମଣିଷ ଭକ୍ତି ମାର୍ଗରେ ନିଜକୁ ଉତ୍ସର୍ଗୀକୃତ କରିଛି । ବିବାହ ପରେ ପ୍ରାୟତଃ ବିରାଟଙ୍କ ଜୀବନରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିବା ବେଳେ, ପତ୍ନୀ ଅନୁଷ୍କାଙ୍କ ସହ ଇଶ୍ବରଙ୍କ ଠାରୁ ଆଶୀର୍ବାଦ ନେଉଥିବାର, ବେଶ୍ ଅନେକ ଥର ନଜର ଆସିଛନ୍ତି ବିରାଟ । ଆଉ ଏହି ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ, କୋହଲି ବୃନ୍ଦାବନରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିଥିଲେ । ଆଉ ଏହି କ୍ରମରେ ଏବେ ବିରାଟ ଏବଂ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ରାମ ନଗରୀ ଅଯୋଧ୍ୟାରେ ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିବାର ନଜର ଆସିଛନ୍ତି ।

ଆଇପିଏଲର ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ, ବିରାଟ ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଅଯୋଧ୍ୟାର ପ୍ରାୟ ୧୦୦୦ ବର୍ଷ ପୁରୁଣା ହନୁମାନ ଗଢ଼ି ମନ୍ଦିରକୁ ଯାଇ ପ୍ରାର୍ଥନା କରିଥିଲେ। ଏହି ସମୟରେ, ସେ ତାଙ୍କ ମୁଣ୍ଡ ନୁଆଇଁ, ଭଗବାନଙ୍କ ଆର୍ଶୀବାଦ ନେଉଥିବାର ନଜର ଆସିଥିଲେ । ପୁରୋହିତ ତାଙ୍କୁ ଫୁଲମାଳ ପିନ୍ଧାଇଲେ ଏବଂ ତାଙ୍କ କପାଳରେ ତିଳକ ଲଗାଇଥିଲେ । ତାଙ୍କ ହାତରେ ପ୍ରସାଦ ମଧ୍ୟ ଦେଖାଯାଇଥିଲା। ସେ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ମନ୍ଦିରରେ ବହୁତ ସମୟ ବିତାଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ଆଇପିଏଲ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ବିରାଟ କୋହଲି କିଛି ଦିନ ପାଇଁ ଲକ୍ଷ୍ନୌରେ ରହିଛନ୍ତି। ମେ ୨୩ ତାରିଖରେ ଲକ୍ଷ୍ନୌରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। କୋହଲି ଏହି ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲେ ଏବଂ ୨୫ ବଲ୍‌ରେ ୪୩ ରନ୍ କରିଥିଲେ। କିନ୍ତୁ ତାଙ୍କ ଦଳ ସେହି ମ୍ୟାଚରେ ହାରିଥିଲା । ଏବେ ସେମାନଙ୍କୁ ମେ ୨୭ରେ ଲକ୍ଷ୍ନୌରେ ଆୟୋଜକ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷରେ ଏକ ମ୍ୟାଚ୍ ଖେଳିବାକୁ ପଡିବ। ଯାହା ପାଇଁ ସେମାନେ ୪ ଦିନ ବିଶ୍ରାମ ପାଇଛନ୍ତି । ଯେଉଁଥିରେ ବିରାଟ ଅନୁଷ୍କାଙ୍କ ସହିତ ଅଯୋଧ୍ୟା ଯିବାକୁ ନିଷ୍ପତ୍ତି ନେଇଥିଲେ । ସେ ହନୁମାନ ଗଢ଼ି ମନ୍ଦିରରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କରିଥିଲେ ଏବଂ ପ୍ରାର୍ଥନା କରିଥିଲେ।

ବିରାଟ ଏହି ମାସରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହା ସହିତ ସେ ଟି-୨୦ ଆନ୍ତର୍ଜାତୀୟ ସମେତ ଦୁଇଟି ଫର୍ମାଟକୁ ମଧ୍ୟ ଅଲବିଦା କହିଛନ୍ତି। କୋହଲି ଏବେ ଭାରତ ପାଇଁ କେବଳ ଓ୍ବାନ ଡେ ମ୍ୟାଚ୍ ଖେଳିବାର ଦେଖାଯିବେ। ବର୍ତ୍ତମାନ, ସେ ପ୍ରଥମ ଥର ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ ଟ୍ରଫି ଜିତିବାର ସ୍ୱପ୍ନ ଦେଖୁଛନ୍ତି। ତାଙ୍କ ଦଳ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ଏବଂ ଏବେ ଶ୍ରେଷ୍ଠ-୨ ପାଇଁ ଲଢ଼ୁଛି। ବର୍ତ୍ତମାନ, ସେ ୧୩ ମ୍ୟାଚ୍ ଖେଳି ୧୭ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି। କୋହଲି ଏହି ସିଜିନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ୧୨ ଟି ମ୍ୟାଚରେ ୬୦ ହାର ଏବଂ ୧୪୫ ଷ୍ଟ୍ରାଇକ୍ ରେଟ୍ ସହିତ ୫୪୮ ରନ ହାସଲ କରିଛନ୍ତି।

Comments are closed.