Latest Odisha News

BREAKING NEWS

ବିଶାଳ ଦେବଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଆଇଏଏସ୍ ବିଶାଳ ଦେବଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ତାଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୫ ତାରିଖରୁ ସେ ଏହି ଦାୟିତ୍ୱ ନେବେ । କ୍ରୀଡା ଓ ଯୁବ ସେବା ସହ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ଏହି ବିଭାଗ ଦାୟିତ୍ୱରେ ଥିବା ୧୯୯୬ବ୍ୟାଚ୍ ଆଇଏଏସ୍ ମନୋରଂଜନ ପାଣିଗ୍ରାହୀଙ୍କ ୫ ବର୍ଷିଆ ଡେପୁଟେସନ ଅବଧି ଶେଷ ହେବା ପରେ ତାଙ୍କୁ ନିଜ କ୍ୟାଡରକୁ ଫେରାଇ ନେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

Comments are closed.