Latest Odisha News

ଓଡିଶା ଅଗ୍ନିଶମ ସେବା ପୋର୍ଟାଲ ଉନ୍ମୋଚିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ଅଗ୍ନିଶମ ସେବା ବିଭାଗର ଅନଲାଇନ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି । ପୋର୍ଟାଲ ଜରିଆରେ ଅନଲାଇନରେ ବିଭିନ୍ନ ବର୍ଗର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦିଆଯିବ । ଏହା ଦ୍ୱାରା ବିଭାଗର ଦକ୍ଷତା ବୃଦ୍ଧି, କାମରେ ଟ୍ରାନ୍ସପାରେନସି ସହ ସଠିକ୍ ସମୟରେ କାର୍ଯ୍ୟ ସମ୍ପାଦିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଉନ୍ମୋଚନ ଅବସରରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ୫ଟି ସେକ୍ରେଟାରୀ ଭି. କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଅଗ୍ନିସମ ଡିଜି, ଆଇଜି ଫାୟାର ସର୍ଭସେସ୍‌, ଉନ୍ନୟନ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.