Latest Odisha News

BREAKING NEWS

ବୁଲିଯାନ୍ତୁ ରାଜ୍ୟର ଏହିସବୁ ତୀର୍ଥସ୍ଥଳୀ; ଯେଉଁଠି ଭରି ରହିଛି ପ୍ରାକୃତିକ ଶୋଭାରାଜି

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ସମଲେଶ୍ବରୀ-

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ତଥା ପଶ୍ଚିମ ଓଡିଶାର ପ୍ରତ୍ୟକ୍ଷ ଦେବୀ ମାଆ ସମଲେଶ୍ବରୀ । ପୁରାତନକାଳରୁ ସମ୍ବଲେଶ୍ଵରୀ ମହାନଦୀର କୂଳେ ଜଗତଜନନୀ, ଆଦିଶକ୍ତି, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ରୂପେ ପୂଜା ପାଇ ଆସୁଛନ୍ତି ।

ଏହା ସମ୍ବଲପୁରରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ।ମାଙ୍କ ଦର୍ଶନ ପାଇଁ ଏଠାରେ ବର୍ଷର ସବୁ ସମୟରେ ଭିଡ ପରିଲକ୍ଷିତ ହୋଇଥାଏ।

ମୁର୍ଗା ମହାଦେବ- କେନ୍ଦୁଝର ଜିଲ୍ଲା ସ୍ଥିତ ବିଲେଇପଦା ନିକଟରେ ଅନ୍ୟତମ ପର୍ଯ୍ୟଟନ ସ୍ଥଳୀଭାବେ ‘ମୁର୍ଗା ମହାଦେବ’ । ସାଧାରଣତଃ କେନ୍ଦୁଝର ଜିଲ୍ଲାରେ ଖଣି ଖାଦାନ ଭରି ରହିଥିବାରୁ ଆପଣଙ୍କ ଯାତ୍ରା ଟିକେ କଷ୍ଟ ହେଲେ ମଧ୍ୟ ମୁର୍ଗା ମହାଦେବରେ ପହଞ୍ଚିବା ପରେ ସବୁ କଷ୍ଟ ଲାଘବ ହୋଇଯିବ ।

ଏଠାରେ ଥିବା ଜଳପ୍ରପାତଟିର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନ୍ତ୍ରମୁଗ୍ଧ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନଟି ଖୁବ୍ ଲୋଭନୀୟ ମଧ୍ୟ । ଏହାର ଏପରି ନାମକରଣ ପଛରେ ମଧ୍ୟ ଏକ ରହସ୍ୟ ରହିଛି । ଭୁବନେଶ୍ୱରରୁ ଏହାର ଦୂରତା ପ୍ରାୟ ୨୫୩ କିମି. ହେବ ।

ତାରିଣୀପୀଠ-

ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମଧ୍ୟରୁ ଘଟଗାଁ ତାରିଣୀପୀଠ ।ଦେବୀଙ୍କର ପ୍ରକୃତିଦତ୍ତ ସ୍ଵରୂପ ଅନନ୍ୟା, କୁହାଯାଏ ସେ ନିଜ ଭକ୍ତଙ୍କ ପାଇଁ ସର୍ବଦା କରୁଣାମୟୀ ଏବଂ ଦୟାଶୀଳା । ମା ତାରିଣୀଙ୍କ ପୀଠକୁ ସୌନ୍ଦର୍ଯ୍ୟମୟ କରୁଥିବା ନିକଟ ସଂରକ୍ଷିତ ଘଞ୍ଚ ବନାନୀ ବନ୍ୟ ପଶୁ ପକ୍ଷୀଙ୍କର ଆଶ୍ରୟ ସ୍ଥଳ ।

ମା ତାରିଣୀପୀଠ କେନ୍ଦୁଝର ସହର ଠାରୁ ୪୫ କି:ମି ଦୂରରେ ଅବସ୍ଥିତ ।ଏଠାକୁ ବର୍ଷସାରା ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଭକ୍ତ ମାତୃଦେବୀଙ୍କୁ ଭକ୍ତିପୂତ ସମ୍ମାନ ପ୍ରଦର୍ଶନ କରିଥାନ୍ତି ।

ବିରଜା କ୍ଷେତ୍ର-

ରାଜ୍ୟର ବିଭିନ୍ନ ଶକ୍ତିପୀଠ ମଧ୍ୟରୁ ଯାଜପୁର ସହରର ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ବିରଜା ଦେବୀ ହେଉଛନ୍ତି ଅନ୍ୟତମ। କୁହାଯାଏ, ବିରଜା ଦେବୀଙ୍କ ଅବସ୍ଥିତି ହେତୁ ଯାଜପୁରର ନାମ ବିରଜା କ୍ଷେତ୍ର ହୋଇଛି ।

ଲୋକବାଣୀ ଅନୁସାରେ, ଭାରତବର୍ଷରେ ଥିବା ଦୁର୍ଗା ବିଗ୍ରହମାନଙ୍କ ମଧ୍ୟରେ ଦେବୀ ବିରଜାଙ୍କ ବିଗ୍ରହ ସର୍ବ ପ୍ରାଚୀନ । ଏହି କ୍ଷେତ୍ରରେ ଦେବୀଙ୍କୁ ବୈଦିକ ଓ ତାନ୍ତ୍ରିକ ବିଧିରେ ପୂଜାର୍ଚ୍ଚନା କରାଯାଏ ବୋଲି ଶ୍ରଦ୍ଧାଳୁମାନେ ମତ ଦେଇଥାନ୍ତି।

Leave A Reply

Your email address will not be published.