ପ୍ରୟାଗରାଜ: ମହାକୁମ୍ଭର ମୁଖ୍ୟ ଆକର୍ଷଣ ପ୍ରୟାଗର ସଙ୍ଗମ କୂଳରେ ଅବସ୍ଥିତ ଅକ୍ଷୟ ବଟ । କାରଣ ଏହି ଗଛ ସହିତ ଜଡିତ ଅନେକ ଘଟଣା ରହିଛି, ଯାହା ପୁରାଣ କାଳ ସହିତ ଜଡିତ । ଆସନ୍ତୁ ଏହି ବିଷୟ ବିଷୟରେ ଜାଣିବା ।କୁହାଯାଏ ଯାଏ ଯେ, ଅକ୍ଷୟ ବଟ ପାଞ୍ଚ ହଜାର ପୁରୁଣା । ତ୍ରିବେଣୀ ସଙ୍ଗମ ନିକଟରେ ଏହି ଅକ୍ଷୟ ବଟ ରହିଅଛି ।
ବିଶ୍ବାସ ରହିଛି ମହାକୁମ୍ଭ ସମୟରେ ଅକ୍ଷୟ ବଟର ଦର୍ଶନ କଲେ ବ୍ୟକ୍ତିର ସମସ୍ତ ପାପ ନାଶ ହୁଏ । ସେ ଜୀବନ-ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇଥାଏ । ତେଣୁ ଅକ୍ଷୟ ବଟ ଦର୍ଶନ ବିନା କୁମ୍ଭ ଅପୂର୍ଣ୍ଣ ମନେକରାଯାଏ । ଏହି ଅକ୍ଷୟ ବଟର ପରିକ୍ରମା କରାଯାଏ । ଏହା ବ୍ୟତୀତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ଅକ୍ଷୟ ବଟକୁ ପୂଜା କଲେ ସାଧକଙ୍କୁ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୁଏ ।
ମହାଭାରତ ଓ ଅନ୍ୟ ପୁରାଣରେ ଏହି ବୃକ୍ଷ ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ଦ୍ବାରା ସଂରକ୍ଷିତ ବୋଲି କୁହାଯାଏ । ତ୍ରିଦେବଙ୍କ କୃପାସ୍ଥଳୀ ବୋଲି ବିଶ୍ବାସ କରାଯାଏ । ମାନ୍ୟତା ରହିଛି ଯେ, ବନବାସ ସମୟରେ ଶ୍ରୀରାମ, ମା ସୀତା, ଲକ୍ଷ୍ମଣ ପ୍ରୟାଗରାଜ ଆସିଥିଲେ । ଏହି ସମୟରେ ୟେ ଅକ୍ଷୟ ବଟ ତଳେ ବିଶ୍ରାମ ନେଇଥିଲେ । ଏଥିସହ ଏହି ସ୍ଥାନ ଅନେକ ଋଷିମୁନିଙ୍କ ତପସ୍ୟାସ୍ଥଳୀ । ପୌରାଣିକ ମାନ୍ୟତା ଅନୁସାରେ ଋଷି ମାର୍କେଣ୍ଡୟ ଏହି ବୃକ୍ଷ ତଳେ ତପସ୍ୟା କରିଥିଲେ । ଜୈନ ଧର୍ମର ଅନୁଗାମୀଙ୍କ ଅନୁସାରେ ତୀର୍ଥକର ଋଷଭଦେବ ଅକ୍ଷୟ ବଟ ମୂଳରେ ତପସ୍ୟା କରିଥିଲେ ।