Latest Odisha News

ବିଦ୍ୟୁତ୍ ବିଲ୍ ଦେଖି ଚିନ୍ତାରେ ଭିନ୍ନକ୍ଷମ ଦମ୍ପତ୍ତି; ଦୁଇଟି ପଙ୍ଖା ଓ ବଲ୍ ପାଇଁ ଆସିଲା ୫୮ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଣେ ଦୃଷ୍ଟିହୀନ ଦମ୍ପତିଙ୍କର ସାତ ମାସର ବିଦ୍ୟୁତ୍ ବିଲ୍ ଆସିଛି ୫୮ ଲକ୍ଷରୁ ଅଧିକ ଟଙ୍କା । ଯାହାକୁ ନେଇ ଚିନ୍ତାରେ ପରିବାର ବର୍ଗ ।

ସୂଚନାନୁସାରେ, ଏୟାରଫିଲ୍ଡ ଥାନା ଅଧୀନରେ ଥିବା ପଞ୍ଚ ଗ୍ରାମରେ ପତ୍ନୀଙ୍କ ସହ ଏକ ଛୋଟିଆ ଘରେ ରୁହନ୍ତି ପ୍ରସନ୍ନ ନାୟକ । ଗତ ବର୍ଷ ସେପ୍ଟେମ୍ବର ମାସରେ ୧୮,୮୪୫ ଟଙ୍କା ବିଦ୍ୟୁତ୍ ବିଲ୍ ପ୍ରଦାନ କରାଯାଇଥିଲା। ପରେ ସେ ଏନେଇ ସୁନ୍ଦରପଦା ସ୍ଥିତ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ। ସେ ଅଭିଯୋଗ କରିବା ପରେ ଶ୍ରୀ ନାୟକ ଦେଇଥିବା ୯,୭୦୦ ଟଙ୍କାରେ ବିଦ୍ୟୁତ୍ କର୍ତ୍ତୃପକ୍ଷ ବିବାଦର ସମାଧାନ କରିଥିଲେ।

ଶ୍ରୀ ନାୟକଙ୍କ କହିବାନୁଯାୟୀ ତାଙ୍କ ଘରେ ଥିବା ୨ଟି ପଙ୍ଖା ଏବଂ ଦୁଇଟି ଏଲଇଡି ବଲ୍ବ ବ୍ୟବହାର ପାଇଁ ଏତେ ଟଙ୍କା ବିଲ୍ ଆସିଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅଭିଯୋଗକୁ ଭିତ୍ତି କରି ଗତ ବର୍ଷ ଡିସେମ୍ବରରେ ତାଙ୍କ ଘରେ ବିଦ୍ୟୁତ୍ ମିଟର ପରିବର୍ତ୍ତନ କରାଯାଇଥିଲା। ନୂଆ ମିଟର ଆସିବା ପରେ ତାଙ୍କ ଘରକୁ କୌଣସି ବିଲ୍ ଆସିନଥିଲା।

ତେବେ ପରିଶେଷରେ ଏକାଥରରେ ସାତ ମାସର ବିଲ୍ ବାବଦରେ ଜୁଲାଇରେ ୫୮,୮୫,୯୯୮ ଟଙ୍କା ବିଲ୍ ହସ୍ତାନ୍ତର କରାଯାଇଥିଲା।

ସାତ ମାସରେ ୨୩୧ ୟୁନିଟ୍ ବ୍ୟବହାର କରାଯାଇଥିବା ବେଳେ ଏତେ ଟଙ୍କାର ବିଦ୍ୟୁତ୍ ବିଲ ଆସିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।

Comments are closed.