Latest Odisha News

BREAKING NEWS

୬୪ ଚାଲର ମହାରଥୀ ବିଶ୍ୱନାଥନ କିଟରେ ଉଦଘାଟନ କଲେ ଚେସ ମହାକୁମ୍ଭ

ଭୁବନେଶ୍ୱର: ଭାରତର ଚେସ ସୁପରଷ୍ଟାର ଓ ୬୪ ଚାଲର ମହାରଥୀ ବିଶ୍ୱନାଥନ ଆନନ୍ଦ କିଟ୍‍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦଘାଟିତ କରିଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ଚେସ ଖେଳିବା ପାଇଁ ପ୍ରୋତ୍ସାହିତ କରିବା ସହ ଏହାର ଲାଭ ମଧ୍ୟ କହିଥିଲେ । ଏହି ମେଗା ଇଭେଣ୍ଟରେ ଭାରତର ୮୦ ଚେସ୍ ତାରକାଙ୍କ ସମେତ ବିଶ୍ୱର ୪୦ଟି ଦେଶର ବିଶିଷ୍ଟ ଚେସ୍ ତାରକା ଯୋଗ ଦେଇଛନ୍ତି । ଏହି ମହାକୁମ୍ଭରେ ମୋଟ ୫ହଜାର ୨ଶହ ଖେଳାଳି ଅଂଶଗ୍ରହଣ କରୁଥିବା ବେଳେ ଭାରତର ୫ହଜାର ଚେସ୍ ଖେଳାଳି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଉଭୟ କିଟ୍ କ୍ୟାମ୍ପସ୍ ଓ ହୋଟେଲ୍ ମେ ଫେୟାରରେ ଏହି କାର୍ଯ୍ୟକ୍ରମ ଚାଲିବ ।

ଅନ୍ତର୍ଜାତୀୟ ଚେସ୍‍ ଫେଡେରେସନ୍‍ (ଏଫ୍‌ଆଇଡିଇ)ର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍  ଉଦ୍ଘାଇଟିନ କରିଥିଲେ । ଭାରତରେ କିଟ୍‌ରେ ପ୍ରଥମ ଥର ଲାଗି ଚେସ୍‌ର ଏଭଳି ମହାକୁମ୍ଭ ଅନୁଷ୍ଠିତ ହେଉଛି । ଏଫ୍‌ଆଇଡିଇ ଓ ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍‌)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍‌ର ଏହି ମହାକୁମ୍ଭରେ ଏଫ୍‌ଆଇଡିଇର ସଭାପତି ତଥା ଋଷ୍‌ର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆର୍କାଡି ଭର୍କୋବିଚ୍‌, ଏଫ୍‌ଆଇଡିଇର ଡେପୁଟି ଚେୟାର ତଥା ଲଟଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍‌, ଏଆଇସିଏଫ୍ ଉପସଭାପତି ଦିବ୍ୟେନ୍ଦୁ ବରୁଆ, ସିଇଓ ଦେବ ପଟେଲ୍ ଓ ଅଭିଜିତ କୁନ୍ତେ, ସଂପାଦକ ଦେବ ପଟେଲ୍ ଓ ଇଭେଣ୍ଟ କମିସନ୍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଛନ୍ତି ।

ଆନନ୍ଦ କହିଲେ, ଚେସ୍‍ ମାଧ୍ୟମରେ ଶୈକ୍ଷିକ ଓ ସାମାଜିକ ବିକାଶ କରାଯାଇପାରେ । ଚେସ୍‍ ରେ ମନୋନିବେଶ କଲେ ଜଣକର ବୌଦ୍ଧିକ, ଗଭୀର ଚିନ୍ତନ ଓ ସ୍ଥିରତା ବୃଦ୍ଧି ପାଇଥାଏ । ଏଥିପାଇଁ ଜଣକୁ ବୃତ୍ତିଗତ ଚେସ୍‍ ଖେଳାଳି ହେବାର ଆବଶ୍ୟକତା ନାହିଁ । ଏଥିପାଇଁ ଚେସକୁ  ବିଦ୍ୟାଳୟସ୍ତରରୁ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି । ଚେସ୍‍ ଜଣକୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବନ କୌଶଳ ଶିକ୍ଷା ପ୍ରଦାନ କରିଥାଏ । ଏହା ଛଡ଼ା ଚେସ୍‍ ଯୋଗୁଁ ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଦକ୍ଷତା ବୃଦ୍ଧି ପାଇଥାଏ । ଭାରତରେ ଚେସକୁ  ବିଦ୍ୟାଳୟସ୍ତରରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଫିଡେ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଆନନ୍ଦ କହିଥିଲେ ।

ଶ୍ରୀ ଆର୍କାଡି ସୂଚନାଦେଇ କହିଲେ, ଏଭଳି ସମ୍ମିଳନୀ ପ୍ରଥମ ଥର ଲାଗି ଭାରତରେ ଆୟୋଜନ କରାଯାଇଛି । ସେହିପରି ଶ୍ରୀମତୀ ଦାନା କହିଲେ, ବିଦ୍ୟାଳୟସ୍ତରରେ ଚେସ୍କୁଇ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ସମେତ ସମସ୍ତଙ୍କର ସହଯୋଗ ଆବଶ୍ୟକ । ପ୍ରଥମ ଥର ଲାଗି କିସ୍‍ ତାର ପାଠ୍ୟକ୍ରମରେ ଚେସକୁ  ଅନ୍ତର୍ଭ୍ୁ୍କ୍ତ କରିଛି ବୋଲି କହିଥିଲେ । ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ କିଟ୍‍ ଯୋଗୁଁ ଆଜି ଓଡ଼ିଶାରୁ ଅନେକ ଗ୍ରାଣ୍ଡ ମାଷ୍ଟର, ଇଣ୍ଟରନ୍ୟାସ୍ନା୍ଲ୍‍ ମାଷ୍ଟର ଭଳି ଚେସ୍‍ ତାରକା ତିଆରି ହୋଇପାରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଅନ୍ତର୍ଜାତୀୟ ସମ୍ମଳନୀ ଆୟୋଜିତ ହେଉଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଶାରେ ଏଭଳି ସମ୍ମିଳନୀ ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜନ କରାଯାଉଥିବାରୁ ସେ ଫିଡେ ଓ ଏଆଇସିଏଫ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ କିଟ୍ ପରିସରରେ ଥିବା ଇଣ୍ଟରନ୍ୟାସ୍‌ନାଲ୍ ଚେସ୍ ହଲ୍ ଓ ଚେସ୍ ଗ୍ରାଉଣ୍ଡକୁ ବିଶ୍ୱନାଥନ ଆନନ୍ଦ ଉଦ୍‌ଘାଟନ କରିଥିଲେ ।

Leave A Reply

Your email address will not be published.