ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ଅଦ୍ଭୁତପୂର୍ବ ସଫଳତା ପରେ ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଏହା ପରେ ସେ କଙ୍ଗନା ରାନାୱତଙ୍କୁ ନେଇ ସେ ଏକ ଫିଲ୍ମ ପାଇଁ ଯୋଜନା କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହାକୁ ବିବେକ ଖଣ୍ଡନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ । ଦି କଶ୍ମୀର ଫାଇଲ୍ସ ପରେ କେଉଁ ଫିଲ୍ମ କରିବି ସେ ନେଇ ଚିନ୍ତା କରିନି । ମୋ ଫିଲ୍ମରେ ବଡ ଷ୍ଟାରଙ୍କ ଅପେକ୍ଷା ଭଲ ଅଭିନେତାଙ୍କ ଆବଶ୍ୟକ ରହିଥାଏ ।
୧୨ ବର୍ଷ ତଳୁ ଆରମ୍ଭ କରିଥିବା ମୋ ଫିଲ୍ମ କ୍ୟାରିୟରରେ ପ୍ରଥମରୁ ନିଷ୍ପତି ନେଇଛି ଷ୍ଟାରଙ୍କୁ ନେଇ ଚାଲୁଥିବା ଫିଲ୍ମ କରିବିନି । ଭଲ କାହାଣୀ ଓ ନିର୍ଦ୍ଦେଶନା ବଳରେ ଫିଲ୍ମକୁ ହିଟ କରିବା ପାଇଁ ଚାହିଁବେ । ବିବେକ ଏବେ ବି ଦି କଶ୍ମୀର ଫାଇଲ୍ସ ଫିଲ୍ମର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏହା ଏବେ ୨୩୫ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି ।
Comments are closed.