ମୁମ୍ବାଇ: ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କୁ ସୋମବାର ଦି କଶ୍ମୀର ଫାଇଲ୍ସ ନିଦେ୍ର୍ଧଶକ ବିବେକ ଅଗ୍ନିହୋତ୍ରୀ ସମାଲୋଚନା କରିଛନ୍ତି । ମୋ ଫିଲ୍ମ ପାଇଁ ମୋତେ ବଲିଉଡରେ କୌଣସି ପ୍ରକାର ସହଯୋଗ ମିଳି ନ ଥିଲା । ବାଧ୍ୟ ହୋଇ ଯେଉଁମାନେ ପ୍ରଶଂସା କରିଛନ୍ତି ତାର ମାନେ କିଛି ନାହିଁ ବୋଲି ସେ କହିଛନ୍ତି । ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦୦ ଲୋକଙ୍କ ସମ୍ମୁଖରେ ଅକ୍ଷୟଙ୍କୁ ପଚରାଗଲା ଦି କଶ୍ମୀର ଫାଇଲ୍ସ ହିଟ ହେଲା ଅଥଚ ଆପଣଙ୍କ ଫିଲ୍ମ ଚାଲିଲାନି । ଏଥିରେ ବାଧ୍ୟ ହୋଇ ଅକ୍ଷୟଙ୍କୁ ପ୍ରଶଂସା କରିବାକୁ ପଡିଥିଲା । ସେ କହିଥିଲେ ବିବେକ ଏ ଭଳି ଏକ ଯନ୍ତ୍ରଣାଦାୟକ ସତ୍ୟ ସମ୍ମୁଖକୁ ଆଣିଲେ ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା । ତାଙ୍କ ଫିଲ୍ମ ଲାଗି ମୋ ଫିଲ୍ମ ବି ଫ୍ଲପ ହୋଇଗଲା । ବିବେକଙ୍କ ଏହି ଫିଲ୍ମ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଚମକ୍ରାର ପ୍ରଦର୍ଶନ କରିଥିଲା ।
ସିଙ୍ଗାପୁରରେ ରିଲିଜ ହେବନି ଦି କଶ୍ମୀର ଫାଇଲ୍ସ: ଦି କଶ୍ମୀର ଫାଇଲ୍ସ ଫିଲ୍ମ ସିଙ୍ଗାପୁରରେ ରିଲିଜ ହେବନି । ସେଠାକାର ସରକାରଙ୍କ ମତରେ ଏହାର ବିଷୟ ଉତେଜନାପୂର୍ଣ୍ଣ । ଆମ ଦେଶରେ ଭିନ୍ନ ଭିନ୍ନ ଧର୍ମର ଲୋକ ରହୁଛନ୍ତି । ଫିଲ୍ମ ରିଲିଜ ହେଲେ ଅଶାନ୍ତି ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି ।
Comments are closed.