Latest Odisha News

ବଲିଉଡ ଭାରତର ସଂସ୍କୃତି ଏବଂ ଏହାର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛି: ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ:ଚଳଚ୍ଚିତ୍ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ ବଲିଉଡ ଭାରତର ସଂସ୍କୃତି ଏବଂ ଏହାର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ।ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ସଙ୍ଗୀତ, ଭାଷା, କଳା, ରଚନାତ୍ମକତା, ଏବଂ ସଂସ୍କୃତି ନଷ୍ଟ କରିଥିବାରୁ ଜନସାଧାରଣ ବଲିଉଡ ନାଁ ମାମଲା ରୁଜୁ କରିପାରିବେ କି ? ବିବେକ ଅଗ୍ନିହୋତ୍ରୀଙ୍କ ଏହି ଟ୍ବିଟରେ ନିଖିଲ ଦ୍ବିବେଦୀ ପ୍ରତିକ୍ରିୟା ଦେଇଛନ୍ତି ।  ସାର୍ ଆପଣ ଏବଂ ମୁଁ ଏକାଠି ଫିଲ୍ମ ହେଟ୍ ଷ୍ଟୋରୀ କରିଥିଲେ । ବହୁତ ଟ୍ରୋଲିଂ ହେବ ଆମର, ଶାନ୍ତ ହୋଇଯାଆନ୍ତୁ ।

 ନିଖିଲଙ୍କ ଟ୍ବିଟରେ ବିବେକ ଜବାବ୍ ଦେଇ ଲେଖିଛନ୍ତି  ଯେବେ ବି ମୋତେ କହିବାର ଆବଶ୍ୟକତା ଥିବ, ସେତେବେଳେ ମୁଁ ଟ୍ରୋଲିଂଭୟରେ ଶାନ୍ତରେ ବସିବି ନାହିଁ । ଦ୍ବିତୀୟ କଥା ହେଉଛ ମୋତେ ମୋ ଭୁଲ ଅନୁଭବ ହୋଇଛି ମୁଁ ବଲିଉଡର ସେହି କମ୍ପାନିକୁ ଛାଡ଼ି ଦେଇଛି । ଫିଲ୍ମ ହେଟ୍ ଷ୍ଟୋରୀ ୨୦୧୨ରେ ରିଲିଜ୍ ହୋଇଥିଲା । ଯାହାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଏହି ବୋଲ୍ଡ ଏବଂ ଥ୍ରିଲର ଫିଲ୍ମରେ ନିଖିଲ ଦ୍ବିବେଦୀ, ଗୁଲଶନ ଏବଂ ପାଓଲୀଙ୍କ ଭଳି କଳାକାର କାମ କରିଥିଲେ ।

Comments are closed.