Latest Odisha News

ସ୍ୟାଣ୍ଡଲଉଡ ଡ୍ରଗ୍ସ ସ୍କାଣ୍ଡାଲ: ଫସିଲେ ବିବେକ ଓବ୍ରେଇଙ୍କ ଶାଳକ ଆଦିତ୍ୟ, ହ୍ୟାଲୋ କିଟି କୋଡ ୱାର୍ଡ ବ୍ୟବହାର ହେଉଥିଲା

ବାଙ୍ଗାଲୋର: କନ୍ନଡ ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ଗିରଫ ହେବା ପରେ ଏଠାକାର ଫିଲ୍ମ ଇଣ୍ଡଷ୍ଟ୍ରିର ଡ୍ରଗ୍ସର କାରୋବାର ରହସ୍ୟ ଖୋଲିବାରେ ଲାଗିଛି। ସେଂଟ୍ରାଲ କ୍ରାଇମ ବ୍ୟୁରୋ ରବିବାର ବଲିଉଡ ଫିଲ୍ମ ଅଭିନେତା ବିବେକ ଓବ୍ରେଇଙ୍କ ଶାଳକ ଆଦିତ୍ୟ, କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜଙ୍କ ପୁତ୍ର ସମେତ ୧୨ଜଣଙ୍କ ନାମରେ କେସ ରୁଜୁ କରିଛି ।

ପୂର୍ବରୁ ଟ୍ରାନ୍ସପୋର୍ଟ ଅଧିକାରୀ ରବିଶଙ୍କର ଓ ରାଗିନୀ ଗିରଫ ହୋଇଥିଲେ । ଏମାନେ ବାଙ୍ଗାଲୋରର ବିଭିନ୍ନ ସ୍ଥାନରେ ଆୟୋଜିତ ବଡ ବଡ ପାର୍ଟିରେ ଡ୍ରଗ୍ସ ସପ୍ଲାଇ କରୁଥିଲେ । ଅଭିନେତ୍ରୀ ରାଗିନୀ ମୂଖ୍ୟ ଡ୍ରଗ୍ସ ପ୍ୟାଡେଲର ଭାବେ ଚିହ୍ନଟ ହୋଇଛନ୍ତି । ଡ୍ରଗ୍ସ ଚୋରାଚାଲଣ ପାଇଁ ସେମାନେ କୋଡ ୱାର୍ଡ ହ୍ୟାଲୋ କିଟି ବ୍ୟବହାର କରାଯାଉଥିଲା ।

Comments are closed.