Latest Odisha News

BREAKING NEWS

ପ୍ରଫେଶନାଲ କ୍ରିକେଟରୁ ଅବସର ନେଲେ ଇଆନ ବେଲ୍‌

ଲଣ୍ଡନ: ଇଂଲଣ୍ଡର ସିନିୟର କ୍ରିକେଟ ଖେଳାଳି ଇଆନ ବେଲ୍ ରବିବାର ପ୍ରଫେଶନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟେଷ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ ସେ ୨୦୧୫ରେ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ । ନଭେମ୍ବର ୨୦୧୫ରେ ସେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହା ପରେ କେବଳ ଘରୋଇ କ୍ରିକେଟ ଖେଳିଛନ୍ତି ।

୧୬ ବର୍ଷ କ୍ରିକେଟ କ୍ୟାରିୟରରେ ସେ ୧୧୮ ଟେଷ୍ଟରେ ୨୨ ଶତକ ସହ ୭୭୨୭ ରନ ସଂଗ୍ରହ କରିଛନ୍ତି । ସେହିପରି ୧୬୧ ଦିନିିକିଆ ୫୪୬୧ ରନ କରିଛନ୍ତି । ଏହା ବ୍ୟତୀତ ସେ ଟି୨୦ରେ ୮ଟି ମ୍ୟାଚ ଖେଳି ୧୮୮ ରନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଦର୍ଶନ ନେଇ ମୁଁ ସନ୍ତୁଷ୍ଟ ବୋଲି ବେଲ୍ କହିଛନ୍ତି ।

Leave A Reply

Your email address will not be published.