Latest Odisha News

BREAKING NEWS

ଖୋର୍ଦ୍ଧାରୁ ପାଣ୍ଡିଆନଙ୍କ ଆକ୍ରମଣ; ‘ଅପରାଜିତା ଯେଉଁ କାମ କରିଛନ୍ତି ତାହ ସରପଞ୍ଚ ସ୍ତରର କାମ’

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ହେବାଳି ପଡ଼ିଆରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ ।

ନବୀନ କହିଛନ୍ତି ଯେ, ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବାକୁ ଭୁବନେଶ୍ୱର ସାଂସଦ ଚେଷ୍ଟା କରିଥିଲେ । ତେଣୁ ଏଥର ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଲୋକଙ୍କୁ କହିଛନ୍ତି ନବୀନ ।

ଆସନ୍ତା ଜୁଲାଇ ମାସରୁ ମାଗଣା ବିଜୁଳି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଭିକେ ପାଣ୍ଡିଆ ମଧ୍ୟ ଏହି ଜନସଭାରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ତୀବ୍ର ସମାଲୋଚନା କରିଛନ୍ତି । ଗତ ୫ ବର୍ଷରେ ଭୁବନେଶ୍ଵର ସାଂସଦ ଏହି ଅଞ୍ଚଳକୁ ବହୁତ ପଛକୁ ନେଇଯାଇଛନ୍ତି । ୭ ହଜାର ସ୍ଥାନରେ ସୋଲାର ଲାଇଟ୍, ୧୫୦ ହାଇମାକ୍ସ, ୨୦ଟି ମିନିମାକ୍ସ ଲଗାଇଛନ୍ତି, ମନ୍ଦିରକୁ ୱାଟର କୁଲର୍ ଦେଇଛନ୍ତି, ଗୋଟିଏ ଫୁଟ୍ ଓଭର ବ୍ରିଜ୍ କରିଛନ୍ତି ବୋଲି ଭୁବନେଶ୍ୱର ସାଂସଦ କହୁଛନ୍ତି । ହେଲେ ଏମିତି କାମ ତ ସରପଞ୍ଚ କରିଦେବେ ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ ।

Leave A Reply

Your email address will not be published.