Latest Odisha News

BREAKING NEWS

ଖଣ୍ଡପଡାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର; କହିଲେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି

ଭୁବନେଶ୍ବର: ଖଣ୍ଡପଡ଼ାରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ପ୍ରଚାର । ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ । ପ୍ରଚାର ସମୟରେ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ, ଏମାନେ ଟୁରିଷ୍ଟ ଭଳି ଆସିବେ, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳିବେ ନାହିଁ । ନବୀନ ପଟ୍ଟନାୟକ ଆପଣଙ୍କ ସୁଖ ଦୁଃଖରେ ସବୁବେଳେ ଛିଡ଼ା ହୋଇ ରହିଛନ୍ତି, ଆଗକୁ ମଧ୍ୟ ରହିବେ । ଯଦି ଖଣ୍ଡପଡ଼ାରେ ବିଜେଡ଼ିର ଦୁଇଟା ଶଙ୍ଖ ବାଜିବ, ଖଣ୍ଡପଡ଼ାର ଉନ୍ନତି ହେବ ।

ପାଣ୍ଡିଆନ ଆହୁରି କହିଛନ୍ତି ଯେ, ଯିଏ ବି ଭତ୍ତା, ପକ୍କାଘର, ବିଏସ୍‍କେୱାଇ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସମସ୍ତେ ସାମିଲ ହେବେ, ସମସ୍ତଙ୍କ ପାଇଁ ନବୀନବାବୁଙ୍କ ଗ୍ୟାରେଣ୍ଟି ଅଛି । ଜୁନ୍ ୯ ତାରିଖରେ ୧୧ ଟା ୩୦ରୁ ୧ ଟା ମଧ୍ୟରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ ।

ପ୍ରଥମେ ବିଜୁଳି ବିଲ୍‍ ଛାଡ଼ କରି ୯୦ ପ୍ରତିଶତ ପରିବାରଙ୍କୁ ଉପକୃତ କରିବେ । ବିଜେପି କହୁଛି ମାଗଣା ବିଜୁଳି ଦେବ, ୫୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସୋଲାର ପ୍ୟାନେଲ ଲଗାଇବେ, ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ ବୋଲି ପାଣ୍ଡିଆନ କହିଛନ୍ତି ।

ଖଣ୍ଡପଡ଼ାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଛନ୍ତି ପାଣ୍ଡିଆନ । ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ୩୧ କୋଟି ଟଙ୍କା ଦିଆଯାଇଛି । ଖଣ୍ଡପଡ଼ା ଚାଷୀଭାଇଙ୍କ ପାଇଁ ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୧୬୬୦ କୋଟି ଟଙ୍କା ଯୋଗାଇ ପାଣ୍ଡିଆନ । ଖଣ୍ଡପଡ଼ା, ଭାପୁର ଓ ନୟାଗଡ଼ ବ୍ଲକର ଚାଷୀଭାଇମାନଙ୍କ ପାଇଁ କୁସୁମୀ ଜଳସେଚନ ପ୍ରକଳ୍ପ ପାଇଁ ୩୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଡିମିରିଆ-ରାଉତପଡ଼ା ମହାନଦୀ ଆଡ଼ିବନ୍ଧ ପାଇଁ ୧୫୨୦ କୋଟି ଟଙ୍କା ଦିଆଯାଇଛି । ଖଣ୍ଡପଡ଼ାରେ ରାମ ମନ୍ଦିରକୁ ଐତିହ୍ୟ ସ୍ଥଳ ଭାବରେ ବିକାଶ କରାଯିବ, ନୀଳମାଧବ ମନ୍ଦିରର ଆହୁରି ବିକାଶ ହେବ, ଦକ୍ଷତା ବିକାଶ କେନ୍ଦ୍ର କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ପାଣ୍ଡିଆନ ।

Leave A Reply

Your email address will not be published.