Latest Odisha News

BREAKING NEWS

ୟୁକ୍ରେନ ସହ ପୁଟିନ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହାନ୍ତି

କିଭ୍: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହାନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଏବଂ ଜର୍ମାନୀ ଚାନସେଲର ଓଲାଫ ସ୍କୋଲ୍ଜଙ୍କୁ ପୁଟିନ ଏପରି କହିଥିବା ସୂଚନା ରହିଛି । ଉଭୟ ଦେଶର ମୁଖିଆ ଯୁଦ୍ଧ ପ୍ରସଙ୍ଗରେ ପୁଟିନଙ୍କୁ ଫୋନ୍ କରିଥିଲେ। ଉଭୟ ଦେଶର ନେତାଙ୍କ ସହ ପୁଟିନ 90 ମିନିଟ୍ ଧରି ଆଲୋଚନା କରିଥିବା ସୂଚନା ରହିଛି। ରୁଷ ଏହି ଆଲୋଚନାକୁ ନେଇ କହିଛି, ଦେଶର ସୁରକ୍ଷା ସଂପର୍କରେ ନିଜର ଦାବି ଦୋହରାଇଛି।

ପୁଟିନ ଆଲୋଚନା ବେଳେ କହିଛନ୍ତି, ୟୁକ୍ରେନ ସାଧାରଣ ଲୋକଙ୍କୁ ଢାଲ କରି ରଖିଛି। ଲୋକଙ୍କୁ ଡରାଇ ଧମକାଇ ରଖିଛି । ଲୋକଙ୍କୁ ବାହାରକୁ ବାହାରିବାକୁ ସୁଯୋଗ ଦେଉନାହିଁ। ତେବେ ଚଳିତ ସପ୍ତାହରେ ଅନେକ ଦେଶର ନେତା ପୁଟିନଙ୍କ ସହ ଫୋନଯୋଗେ କଥା ହୋଇଛନ୍ତି । ୟୁକ୍ରେନ ରୁଷର ସର୍ତ୍ତ ନମାନିବା ଯାଏ ଯୁଦ୍ଧ ଜାରି ରହିବ ବୋଲି ରୁଷ କହିଥିଲା।

ପୁଟିନଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ନଫତାଲି ବେନେଟଙ୍କୁ ଫୋନ୍ କରି ମଧ୍ୟସ୍ଥତା ପାଇଁ ନିବେଦନ କରିଛନ୍ତି। ଜେଲନସ୍କି ଦାବି କରିଛନ୍ତି, ରୁଷର ଆକ୍ରମଣରେ 13 ଶହ ୟୁକ୍ରେନ ସେନାଙ୍କର ମୃତ୍ୟୁ ଘଟିଛି। ରୁଷ ସେନା ମେଲିଟୋପାଲର ମେୟରଙ୍କୁ ଅପହରଣ କରିନେଇଥିବା ଜେଲନେସ୍କି ଅଭିଯୋଗ କରିଛନ୍ତି।

Comments are closed, but trackbacks and pingbacks are open.