Latest Odisha News

BREAKING NEWS

ଶପଥ ସମାରୋହକୁ ପଞ୍ଜାବବାସୀଙ୍କୁ ନିମନ୍ତ୍ରଣ କଲେ ମାନ୍

ଚଣ୍ଡିଗଡ: ଶନିବାର ପଞ୍ଜାବର ଭାବି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ରାଜ୍ୟପାଳ ବନଓ୍ୱାରୀ ଲାଲ ପୁରୋହିତଙ୍କୁ ଭେଟିଛନ୍ତି । ଏଥିସହ ଆମ୍ ଆଦାମୀ ପାର୍ଟିର ବିଧାୟକ ଦଳର ନେତା ଭାବେ ସରକାର ଗଢିବା ପାଇଁ ଦାବି କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ତାଙ୍କ ଦଳ ସରକାର ଗଢିବା ପାଇଁ ଦାବି କରିଛି । ମାର୍ଚ୍ଚ 16ରେ ସାଢେ 12ଟାରେ ହେବ ଶପଥ ସମାରୋହ । ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗତ ସିଂଙ୍କ ଗାଁ ନୱାଶାହର ଜିଲ୍ଲା ଖଟକ କାଲାନରେ ଶପଥ ସମାରୋହ ହେବ ବୋଲି ସେ କହିଛନ୍ତି। ଏଥିସହ ନୂଆ ମନ୍ତ୍ରୀମଣ୍ଡଳ ଇତିହାସ ରଚିବ ବୋଲି ସେ କହିଛନ୍ତି।

ମାନ କହିଛନ୍ତି, ଆମେ ଶପଥ ଗ୍ରହଣ ସମାରୋହ ପାଇଁ ପଞ୍ଜାବର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କରିଛୁ। ପ୍ରତ୍ୟେକ ପଞ୍ଜାବୀ ସେହି ଦିନ ମଧ୍ୟ ଶପଥ ନେବେ। ପଞ୍ଜାବର ଅଗ୍ରଗତି ପାଇଁ ଆମେ ସବୁକିଛି ଉତ୍ସର୍ଗ କରିବାକୁ ପ୍ରତିଶ୍ରୁତି ଦେବୁ। ସେ କହିଛନ୍ତି ଯେ ଆମେ ଭଗଓ୍ୱନ୍ତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବୁ।

ଏହି ସମୟରେ ଭଗଓ୍ୱନ୍ତ ମାନ୍ ପଞ୍ଜାବର 122 ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭଗଓ୍ୱନ୍ତ ମାନ ଗତକାଲି ପଞ୍ଜାବ ଆପର ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ଆପର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିଥିଲେ। ସୂଚନାଯୋଗ୍ୟ ଯେ 117 ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍ 92ଟି ଆସନରେ ଜିତିଛି।

Comments are closed, but trackbacks and pingbacks are open.