Latest Odisha News

BREAKING NEWS

ପୁତିନ ପାର୍କିନସନ ରୋଗରେ ଆକ୍ରାନ୍ତ, ପଦ ଛାଡିବେ !

ମସ୍କୋ:ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ୍ ରାଷ୍ଟ୍ରପତି ପଦ ଛାଡିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦି ସନରେ ପ୍ରକାଶିତ ଖବର ଅନୁସାରେ ପୁତିନ୍ ୨୦୨୧ରେ ପଦ ଛାଡିବେ । ଏହାର କାରଣ ହେଲା ସେ ପାର୍କିନସନ ରୋଗରେ ଆକ୍ରାନ୍ତ । ୬୮ ବର୍ଷୀୟ ପୁତିନଙ୍କ ପ୍ରେମିକା ଅଲିନା କାବେୱେ ଓ ତାଙ୍କର ୨ ଝିଅ ଏଥିନେଇ ତାଙ୍କୁ ଉତ୍ସାହିତ କରୁଛନ୍ତି ।

ମସ୍କୋର ରାଜନୈତିକ ବିଶେଷଜ୍ଞ ଭେଲେରି ସୌଲଭି ମଧ୍ୟ କହିଛନ୍ତି ପୁତିନଙ୍କ ନିକଟରେ ଏହି ରୋଗର ଲକ୍ଷଣ ଦେଖାଦେଇଛି । ପାଦ ଓ ଆଙ୍ଗୁଠି ତାଙ୍କର ଥରୁଛି, ଯାହା କି ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ବୋଲି ସେ କହିଛନ୍ତି । ଏହା କେତେ ଦୂର ସତ ତାହା କେହି ସ୍ପଷ୍ଟ କରି ନାହାନ୍ତିି । ୭ ମେ ୨୦୦୦ରେ ସେ ରାଷ୍ଟ୍ରପତି ଦାୟିତ୍ୱରେ ରହିଥିଲେ । ସେ ପୂର୍ବରୁ ରୁଷର ପ୍ରଧାନମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି ।

Leave A Reply

Your email address will not be published.