Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଓଏଏସ୍ ଅଫିସରଙ୍କ ଶ୍ୱଶୁର ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯାଜପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ ତଥା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି ଜୋନାଲ୍ କମିଶନର ପ୍ରମୋଦ କୁାମର ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ପୃଷ୍ଟିକୁ ଗିରଫ କରିଛି ।

ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ହେବ ସମ୍ପୃକ୍ତ ନାବାଳିକା ଜଣକ ଶୈଳଶ୍ରୀ ବିହାର ସ୍ଥିତ ଅଫିସରଙ୍କ ବାସଭବନରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିଲେ । ଯିଏକି ଏବେ ୫ ମାସର ଗର୍ଭବତୀ ଥିବା ଅଭିଯୋଗ ହୋଇଛି ।

ଦୁର୍ଗା ପୂଜା ଛୁଟିରେ ସମ୍ପୃକ୍ତ ଝିଅଟି ଯାଜପୁର ସ୍ଥିତ ନନ୍ଦପୁର ଗ୍ରାମକୁ ଯାଇଥିବା ବେଳେ ସେଠାରେ ପରିବାର ସଦସ୍ୟଙ୍କୁ ସବୁ କଥା କହିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।
ଯାହା ପରେ ତାଙ୍କ ମାଆ ବାଲିଚନ୍ଦ୍ରପୁର ଥାନାରେ ଏନେଇ ଏକ ଅଭିଯୋଗ କରିଥିଲେ ।

ଯେଉଁଥିରେ ଗତ ୫ରୁ ୬ ମାସ ହେବ ତାଙ୍କ ଝିଅକୁ ପ୍ରଫୁଲ୍ଲ ପୃଷ୍ଟି ବାରମ୍ବାର ଦୁଷ୍କର୍ମ କରିଆସୁଥିବା ଉଲ୍ଲେଖ କରିଛନ୍ତି ।

ଶିଶୁ ଶ୍ରମିକ ଆଇନ ଅନୁଯାୟୀ ଓଏଏସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଥିବା ବେଳେ ଘଟଣାରେ ସମ୍ପୃକ୍ତ ଦଲାଲକୁ ପୋଲିସ ତଲାସ କରୁଛି । ଯିଏକି ନାବାଳିକାକୁ ଘରୋଇ ସହାୟିକା ଭାବେ କାମରେ ଲଗାଇଥିଲା ।

Leave A Reply

Your email address will not be published.