Latest Odisha News

BREAKING NEWS

ଆସନ୍ତାକାଲି ଠାରୁ ଏହିସବୁ କମ୍ପାନୀର କଲ ଦର ହେବ ମହଙ୍ଗା

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ଡିସେମ୍ବର ୩ ତାରିଖରୁ ମୋବାଇଲ କଲ୍ ପାଇଁ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା ।

ମିଳିଥିବା ସୂଚନା ଅନୁଯାୟୀ, ଏୟାରଟେଲ, ଭୋଡାଫୋନ ଆଇଡିଆ ଭଳି ଟେଲିକମ୍‌ କମ୍ପାନୀ ମଙ୍ଗଳବାରଠାରୁ ସେମାନଙ୍କର ଟାରିଫ ପ୍ଲାନରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି ।

ଅର୍ଥାତ ପୂର୍ବରୁ ଉପଭୋକ୍ତା ଏହି ଟେଲିକମ୍ କମ୍ପାନୀଗୁଡିକଠାରୁ ଯେଉଁ ସେବା ପାଉଥିଲେ, ସେଥିପାଇଁ ଏବେ ସେମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଦେଶର ଟେଲିକମ୍‌ କମ୍ପାନୀଗୁଡିକ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ସେମାନଙ୍କୁ ହଜାର ହଜାର କୋଟି ଟଙ୍କାର କ୍ଷତି ମଧ୍ୟ ସହିବାକୁ ପଡୁଛି । ଏଭଳି ସ୍ଥଳେ କମ୍ପାନୀଗୁଡିକ କଲ୍ ଟାରିଫ୍‌ ବୃଦ୍ଧି ଘଟାଇବାକୁ ଯାଉଥିବା ଜଣାପଡିଛି ।

Leave A Reply

Your email address will not be published.