ନୂଆଦିଲ୍ଲୀ: ଭାରତର ଘରୋଇ ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ (Vi) ଆଣିଛି ଖୁସି ଖବର । ଏହା ଦେଶରେ ମଙ୍ଗଳବାର ଦିନ 5ଜି ସେବାର ଶୁଭାରମ୍ଭ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ଏହି ସେବାକୁ କେବଳ ମୁମ୍ବାଇରେ ଉପଲବ୍ଧ କରାଇଛି । ଏହାପରେ ଏହି ସେବା ଦେଶର ଅନ୍ୟ ଅଞ୍ଚଳ ଦିଲ୍ଲୀ, ବିହାର, କର୍ଣ୍ଣାଟକ ଓ ପଞ୍ଜାବରେ ଖୁବଶୀଘ୍ର ଆରମ୍ଭ ହେବ । ବିଶେଷ କଥା ହେଉଛି Vi ଏହାର ସମସ୍ତ 5G ଯୋଜନା ସହିତ ଅସୀମିତ 5G ଡାଟା ପ୍ରଦାନ କରୁଛି ।
ବର୍ତ୍ତମାନ ଏହା ହେଉଛି ଭାରତର ଏକମାତ୍ର ଟେଲିକମ୍ ଅପରେଟର କମ୍ପାନୀ ଯାହା ୨ଜିବିରୁ କମ୍ ଡାଟା ଥିବା ପ୍ଲାନରେ ଅସୀମିତ 5G ଡାଟା ପ୍ରଦାନ କରୁଛି ।
ତେବେ ଆସନ୍ତୁ ଜାଣିବା Viର 5ଜି ନେଟୱର୍କ ଲାଗି ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ କଣ ରହିଛି ..
Viର ପ୍ରିପେଡ୍ ପ୍ଲାନ:- Viର 5G ପ୍ଲାନ ₹୨୯୯ରୁ ଆରମ୍ଭ ହୋଇଛି, ଯେଉଁଥିରେ ୨୮ଦିନର ବୈଧତା ସହ ପ୍ରତିଦିନ ୧GB ଡାଟା ଦିଆଯାଉଛି । ୨୮ଦିନର ସମାନ ବୈଧତା ସହିତ ପ୍ରତିଦିନ ଯଥାକ୍ରମେ ୧.୫GB ଏବଂ ୨GB ଡାଟା ପାଇଁ ₹୩୪୯ ଏବଂ ₹୩୬୫ ଟଙ୍କାର ରିଚାର୍ଜ କରିବାକୁ ପଡିବ । ୩୬୫ ଦିନର ବୈଧତା ସହିତ ପ୍ରତିଦିନ ୨GB ଡାଟା ପାଇଁ 3599 ଟଙ୍କାର ରିଚାର୍ଜ କରିବାକୁ ପଡିବ । ଏହି ସମସ୍ତ ପ୍ଲାନରେ ଅସୀମିତ 5G ଡାଟା ଅନ୍ତର୍ଭୁକ୍ତ ।
Viର ପୋଷ୍ଟପେଡ୍ ପ୍ଲାନ:-Vi Max 451 ଏବଂ Vi Max 551ର ମାସିକ ମୂଲ୍ୟ ଯଥାକ୍ରମେ ୪୫୧ ଏବଂ ୫୫୧ ଟଙ୍କା ରହିଛି । ଗ୍ରାହକମାନେ ପ୍ରଥମ ପ୍ଲାନରେ ୫0GB ଏବଂ ଦ୍ବିତୀୟ ପ୍ଲାନରେ ୯୦GB ଡାଟା ପାଇବେ । ସେହିପରି Vi Max 751ର ମୂଲ୍ୟ ୭୫୧ ଟଙ୍କା ( ୧୫୦ଜିବି ଡାଟା ), REDX 1201 ପ୍ଲାନର ମୂଲ୍ୟ ୧୨୦୧ ଟଙ୍କା ଅସୀମିତ ଡାଟା ଉପଲବ୍ଧ ହେବ । ଏହି ସମସ୍ତ ଯୋଜନାରେ ଅସୀମିତ 5G ଡାଟା ମିଳିବ ।
Comments are closed.