Latest Odisha News

BREAKING NEWS

ଆଶ୍ଚର୍ଯ୍ୟଚକିତ କରି ଦେଉଛି ନୀଳ ଲାଭା ଉଦଗୀରଣ କରୁଥିବା କାହ୍ୱା ଜେନ୍ ଜ୍ୱାଳାମୁଖୀ

ଜାକାର୍ତା: ପ୍ରକୃତି ତାର ପରିବ୍ୟାପ୍ତ ସୀମା ମଧ୍ୟରେ ଅନେକ ରହସ୍ୟ ଲୁଚାଇ ରଖିଛି । ସେଥି ମଧ୍ୟରୁ ଗୋଟିଏ ହେଲେ ଇଣ୍ଡୋନେସିଆର ଜ୍ୱାଳାମୁଖୀ କାହ୍ୱା ଜେନ୍ । ସାଧାରଣତଃ ଆଗ୍ନେୟଗିରିରୁ ଉତପ୍ତ ଲାଭା ଉଦଗୀରଣ ହେଲା ଏହାର ରଙ୍ଗ ପ୍ରାୟତଃ ହଳଦିଆ କିମ୍ବା ନାଲି ହୋଇଥାଏ । ମାତ୍ର କାହ୍ୱା ଜେନ୍ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଯାଉଛି । ଏଥିରୁ ନିର୍ଗତ ନୀଳ ରଙ୍ଗର ଲାଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଉଛି । ସୋସିଆଲ ସାଇଟରେ ଏହାର ଫଟୋ ଶେୟାର ହେବା ପରେ ଭାଇରାଲ ହୋଇଛି । ବିଶେଷଜ୍ଞମାନେ ଏହାର କାରଣ ସମ୍ପର୍କରେ କହିଛନ୍ତି ପ୍ରକୃତରେ ଏହି ଉତପ୍ତ ଲାଭାରେ ମାତ୍ରାଧିକ ପରିମାଣର ସଲଫର ରହିଥିବାରୁ ଏହା ନିଓନ ବ୍ଲୁ ରଙ୍ଗର ରୂପ ନେଉଛି । ତେବେ ସେ ଯାହା ହେଉ ଆଖି ଓ ମନକୁ ଆନ୍ଦୋଳିତ କରୁଥିବା ଲାଭାର ଫଟୋକୁ ଅନେକ ଅବତାର ଫିଲ୍ମ ସହିତ ମଧ୍ୟ ଯୋଡିଛନ୍ତି ।

Leave A Reply

Your email address will not be published.