Latest Odisha News

ପ୍ରାପ୍ତ ବୟସ୍କଙ୍କ ଦେହ ବ୍ୟବସାୟ ଅପରାଧ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଦେହ ବ୍ୟବସାୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପ୍ରାପ୍ତ ବୟସ୍କଙ୍କ ଦେହ ବ୍ୟବସାୟ ଅପରାଧ ନୁହେଁ । ଏହାକୁ ପେଶା ଭାବେ ଦେଖିବାକୁ ପଡିବ । ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି । ସମ୍ମାନର ସହ ବଂଚିବା ଅଧିକାର ସମସ୍ତଙ୍କର ରହିଛି । ସେମାନଙ୍କ ବ୍ୟକ୍ତଗତ ଜୀବନରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ସମ୍ବିଧାନର ଧାରା ୨୧ ଅନୁଯାୟୀ ସେମାନଙ୍କୁ ଏହି ଅଧିକାର ମିଳିବ ବୋଲି କୋର୍ଟ କହିଛନ୍ତି । ତେବେ ବେଶ୍ୟାଳୟ ଚଳାଇବା ଅପରାଧ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ।

ପୋଲିସ କର୍ମୀ ସେମାନଙ୍କୁ ଅପରାଧୀ ଭାବେ ବ୍ୟବହାର ନ କରି କୋହଳ ମନୋଭାବ ପୋଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟଙ୍କ ଏହି ଶୁଣାଣୀ ପରେ ଦେହ ବ୍ୟବସାୟ କରୁଥିବା ମହିଳାମାନେ କିଛି ମାତ୍ରାରେ ଆଶ୍ୱସ୍ତି ହୋଇ ପଡିଛନ୍ତି ।

Comments are closed.