Latest Odisha News

BREAKING NEWS

ହ୍ୱେଲ ମାଛ ବାନ୍ତିର ମୂଲ୍ୟ  କୋଟିଏ ଟଙ୍କା, କଣ ରହିଛି ରହସ୍ୟ

ନୂଆଦିଲ୍ଲୀ: କ’ଣ ଆପଣ କେବେ ଜୀବମାନଙ୍କ ବାନ୍ତି ବିକ୍ରି ହେବାର ଦେଖିଛନ୍ତି ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ? ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜୀବ ବିଷୟରେ କହିବୁ ଯାହାର ବାନ୍ତି ନା କେବଳ ବିକ୍ରି ହୁଏ, ତାର ଦାନ ହୀରାଠୁ ବି ଅଧିକ ମୂଲ୍ୟବାନ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହ୍ୱେଲ୍ ମାଛ ବାନ୍ତିର ମୂଲ୍ୟ ବଜାରରେ କୋଟି କୋଟି ଟଙ୍କା।

ଏବେ ଆପଣ ଭାବୁଥିବେ ଏମିତି କଣ ଅଛି ଯେଉଁଥିପାଇଁ ହ୍ୱେଲ୍ ମାଛ ବାନ୍ତିର ମୂଲ୍ୟ ଏତେ ଅଧିକ ? ହ୍ୱେଲ୍ ମାଛ ବାନ୍ତିକୁ ଏମ୍ୱରର୍ଗ୍ରିସ୍ କୁହାଯାଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହା ହ୍ୱେଲ୍ ମାଛ ଶରୀରରୁ ବାହାରୁଥିବା ବର୍ଜ୍ୟବସ୍ତୁ। ଏହି ମାଛ ସମୁଦ୍ରରେ ଅନେକ ପ୍ରକାରର ଖାଦ୍ୟ ଖାଇଥାଏ। ପରେ ଯେତେବଳେ ସେଗୁଡିକ ହଜମ ନକରିପାରି ବାନ୍ତି କରିଥାଏ। ହ୍ୱେଲ ମାଛର ବାନ୍ତି ଦେଖିବାକୁ ଧୁସର ରଙ୍ଗର ହୋଇଥିବା ବେଳେ ଏହା ମହମ ପରି ଦେଖାଯାଏ।

ଏହି ମାଛର ବାନ୍ତିରୁ ଖୁବ ଦୁର୍ଗନ୍ଧ ଆସିଥାଏ ।ହେଲେ ସୁଗନ୍ଧିତ ଅତର ତିଆରି କରୁଥିବା କମ୍ପାନୀଗୁଡିକ ଏହାକୁ ବ୍ୟବହାର କରିଥାନ୍ତି । ଯେଉଁଥିପାଇଁ ଅତରର ସୁଗନ୍ଧ ଦୀର୍ଘ ସମୟ ଧରି ରହିଥାଏ । ଏହା ସହିତ ଏହା ଔଷଧ ଆକାରରେ ମଧ୍ୟ ବ୍ୟବହୃତ ହୋଇଥାଏ । ଏହି କାରଣରୁ କମ୍ପାନୀଗୁଡିକ ଏହାକୁ ମହଙ୍ଗା ମୂଲ୍ୟରେ କିଣନ୍ତି ।

Comments are closed.