Latest Odisha News

BREAKING NEWS

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟା

କିଡ୍ସ ପ୍ଲେ ଜୋନରେ ଛୋଟ ପିଲା ଓ ସାଂସ୍କୃତିକ ମଣ୍ଡପରେ ଦର୍ଶକଙ୍କ ଗହଳି

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟାରେ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌, ଯୋଗଦେଇ ଥିଲେ ।

ଏହି କାର୍ଯ୍ୟକ୍ରମରେ ମଞ୍ଚରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ ଏବଂ ହସ୍ତଶିଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ରହି ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଏକାଦଶ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି, ଅମ୍ରିତା ନାୟକ, ବିଶ୍ୱଜିତ ମହାପାତ୍ର ଏବଂ ଦେବାଂଶୀ ଦାସ ନିଜ ସଙ୍ଗୀତର ତାଳେ ତାଳେ ଦର୍ଶକମାନଙ୍କୁ ବିମୋହିତ କରାଇଥିଲେ । ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସଂଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ଉଠାଇଥିଲେ । ସବୁଦିନ ଭଳି ଫୁଡ କୋର୍ଟରେ ବହୁି ଗହଳି ପରିଲକ୍ଷିତ ହୋଇଥିଲା । ପରିଦର୍ଶକମାନେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସୁସ୍ୱାଦୁ ତଥା ପାରମ୍ପରିକ ଖାଦ୍ୟର ବ୍ୟଞ୍ଜନ ମନ ଭରି ଉପଭୋଗ କରୁଥିଲେ ।

Leave A Reply

Your email address will not be published.