Latest Odisha News

ଆଜି ରେଜଲ୍ଟ ଡେ’; ବାଲେଶ୍ଵରରେ ଆରମ୍ଭ ହେଲା ଭୋଟ୍ ଗଣତି

ବାଲେଶ୍ୱର: ଆଜି ହେଉଛି ରେଜଲ୍ଟ ଡେ। ବାଲେଶ୍ଵରରେ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ସୂଚନା ରହିଛି।

BjdElectrycity

ବହୁ ପ୍ରତୀକ୍ଷିତ ବାଲେଶ୍ବର ସଦର ଉପନିର୍ବାଚନରେ କାହାର ବାଜିମାତ୍ ହେଲା ସେ ନେଇ ଆଜି ଅପରାହ୍ନ ସୁଦ୍ଧା ଗୋଟିଏ ସ୍ପଷ୍ଟ ଚିତ୍ର ମିଳିବ।

ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଦେଇଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। କୋଭିଡ୍ କଟକଣା ଭିତରେ ଏହି କାର୍ଯ୍ୟ ସମ୍ପାଦନ ହେଉଛି। ଇଭିଏମ୍ ପାଇଁ ଦୁଇଟି ଓ ପୋଷ୍ଟାଲ୍ ବାଲଟ୍ ପାଇଁ ଗୋଟିଏ, ଏହିଭଳି ମୋଟ ତିନିଟି ପ୍ରକୋଷ୍ଠରେ ଭୋଟ୍ ଗଣତି ହେବ।

ସେହିଭଳି ୭ଟି ଟେବୁଲ୍‌ରେ ଇଭିଏମ୍ ଏବଂ ଗୋଟିଏ ଟେବୁଲ୍‌ରେ ପୋଷ୍ଟାଲ୍ ଭୋଟ୍ ଗଣତି କରାଯିବା ନେଇ ସୂଚନା ରହିଛି। ବାଲେଶ୍ବର ପାଇଁ ୩ଜଣ ଅତିରିକ୍ତ ସହକାରୀ ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ କରାଯାଇଛି। ପ୍ରଥମେ ପୋଷ୍ଟାଲ୍ ଭୋଟ୍ ଏବଂ ଏହାର ଅଧଘଣ୍ଟାଏ ପରେ ଇଭିଏମ୍ ଭୋଟ ଗଣା ଆରମ୍ଭ ହେବ।

ବାଲେଶ୍ଵର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ ୧୧୦ ଜଣ କାଉଣ୍ଟିଂ ଅଧିକାରୀ ୫୭ ଜଣ ମାଇକ୍ରୋ ଅବଜରଭର ରହିବେ। ପ୍ରତି କାଉଣ୍ଟିଂ ଟେବୁଲ୍ ପାଇଁ ଜଣେ ଏଜେଣ୍ଟ ରହିବେ।

ସାମାଜିକ ଦୂରତା ସହିତ ମାସ୍କ, ଫେସ ସିଲ୍ଡ, ସାନିଟାଇଜର ଆଦିର ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ବ ଦିଆଯିବା ନେଇ ସୂଚନା ରହିଛି।

ପ୍ରବେଶ ଦ୍ବାର ନିକଟରେ ମଧ୍ୟ କଡ଼ାକଡ଼ି ଯାଞ୍ଚ୍‌ କରାଯାଇଛୁ। ଏହାବାଦ କୋଭିଡ ଗାଇଡଲାଇନ୍‌ ମାନି ଭୋଟ ଗଣତି ଆରମ୍ଭ ହୋଇଛି। ସାମାଜିକ ଦୂରତା, ମାସ୍କ, ଫେସ ସିଲ୍ଡ,ସାନିଟାଇଜର,ୱେୟାରଲେସ ବାରିକେଡ ଓ ଟ୍ରାନ୍ସପରେଂଟ ପଲିଥିନ ସିଟ ଆଦି ରହିଛି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯାଇଛି ଏବଂ ଭିତରକୁ କ୍ୟାମେରା ବ୍ୟତୀତ ମୋବାଇଲ ଫୋନ୍‌ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ନେବାକୁ ଅନୁମତି ମିଳିବ ନାହିଁ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.